ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୩- ୧୧ -୨୦୨୧ )

ମେଷ: ଦିନଟି ଦୃଢ଼ମନା ରହିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ନିଷ୍ଠାବାନ୍ ହେବେ। ଶୁଭ ଅଙ୍କ -୨, ଶୁଭ ରଙ୍ଗ-ଧଳା ।

ବୃଷ: କର୍ମକ୍ଷେତ୍ରରେ ଉତ୍ତେଜନା ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ହତାଦର ହେବେ । ଶିଳ୍ପ ଓ ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ -୪, ଶୁଭ ରଙ୍ଗ-ମେଟାଲିକ୍ ।

ମିଥୁନ: କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବା ମହିଳାମାନେ ସୁଖୀ ରହିବେ । ବାଣିଜ୍ୟରେ କାରବାର ଭଲ ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ -୫, ଶୁଭ ରଙ୍ଗ-ସବୁଜ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ।ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ହେବେ ।ମହିଳାମାନେ ଆଦରଣୀୟା ହେବେ ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଶୁଭଫଳ ପାଇବେ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା |

ଏଥିସହିତ ପଢ଼ନ୍ତୁ

ସିଂହ: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡି ଯାଇପାରେ। ମହିଳାମାନେ ବିରକ୍ତିମନା ହେବେ। ଚାକିରିରେ କର୍ମଭାର ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।

କନ୍ୟା: ଦିନଟି ହର୍ସୋଲ୍ଲାସ ଭିତରେ କଟିବ। ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟରେ ସଫଳତା ପାଇବେ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ-ନୀଳ

ତୁଳା: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ଵଳ୍ପ ଲାଭ ମିଳିବ ।ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ଧଳା |

ବିଛା : ସ୍ବପ୍ନ ସାକାର ହେବ।ମହିଳାମାନେ ନୂତନ କର୍ମରେ ନିଯୁକ୍ତି ପାଇ ପାରନ୍ତି।ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ | ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ |

ଧନୁ: ଦିନଟି ସୁଖ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ।ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ- ୧,ଶୁଭ ରଙ୍ଗ-ଗୋଲାପି ।

ମକର: କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଚାକିରିରେ ଚାପ ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍।

କୁମ୍ଭ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ।ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ମୀନ: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରିପାରନ୍ତି । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି।

Leave A Reply

Your email address will not be published.