ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ଯୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମରେ ଦୁଃଖଦ ଘଟଣା ଘଟି ଯାଇଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମାଆ ପୁଅ ସମେତ ଦିଅରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା ।

ସୂଚନା ଅନୁଯାୟୀ,  ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.