ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଡ଼ିଗଲେ ୩ ଏମସିଏଲ କର୍ମଚାରୀ: ଜଣେ ଉଦ୍ଧାର, ଦୁଇ ନିଖୋଜ

ସମ୍ବଲପୁର: ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସକାଳେ ଜଣେ ଯୁବତୀଙ୍କ ସହିତ ୩ ଜଣ ଯୁବକ ମନ୍ଦିର ନିକଟରେ ଭୋଜି କରୁଥିଲେ । ପରେ ୩ ଜଣ ଡ୍ୟାମରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ । ସମସ୍ତେ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ନିଖୋଜ କର୍ମଚାରୀମାନେ ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିତୋରି ଏବଂ ଅଭିଷେକ କୁମାର । ରାତି ହୋଇ ଯାଇଥିବା ବେଳେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ଯରେ ସାମାନ୍ୟ ସମସ୍ୟା ହେଉଛି । ନିଖୋଜମାନେ ସେଠାକୁ ପ୍ରଥମ କରି ଆସିଥିବାରୁ ଜିରୋ ପଏଣ୍ଟ ସମ୍ପର୍କରେ ଜାଣି ନ ଥିବା ଓ ସେଠାକୁ ଗାଧୋଇବାକୁ ପଳାଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.