ତୁଳସୀ ପାହାଡରେ ପୁଲିସର ଏନକାଉଣ୍ଟର, ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଇନସାସ ଓ ଏସଏଲଆର ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏସ୍‌ଓଜି(SOG) ଏବଂ ଡିଭିଏଫ୍‌ (DVF) ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଏଥିସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଡିଜିପି ଅଭୟ।

ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ରୁ ଊର୍ଦ୍ଧ୍ୱ କ୍ୟାଡର ନକ୍ସଲ ଥିଲେ। ଏହି ନକ୍ସମାନେ ପ୍ରାୟ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରୁଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କୁ ସାମିଲ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ପୁଲିସ୍‌ ସର୍ଚ୍ଚ ଅପରେସନ୍‌ କରିଥିଲା। ପୁଲିସ୍‌ର ସର୍ଚ୍ଚ ଅପରେସନ ବେଳେ ୩ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଲିପଲେଟ ଓ କିଟ୍‌ ବ୍ୟାଗ ମିଳିଛି। ପୁଳିସ୍‌ ପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି। ଏହାବାଦ ଲୁଚି ରହିଥିବା ନକ୍ସଲଙ୍କୁ ଖୋଜି ବାହାର କରିବାକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

Leave a comment