ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି। ଆଜି ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ଯରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି।  ଏମାନେ ସମସ୍ତେ କାଂଗେର ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ।  ଗୁଇନ୍ଦା ନିର୍ଦେଶକ, ଏଡିଜି ଅପରେସନ ଓ ଏଡିଜି ଏସଆଇଡବ୍ଲୁଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏ ନେଇ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।

Leave a comment