ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏମ୍ସର ଡାକ୍ତର ପରିଚୟ ଦେଇ ପ୍ରେମ କଲେ, ବାହାହେବାକୁ କହି ସମ୍ପର୍କ ରଖିଲେ ; ଏବେ ୧୦ ଲକ୍ଷ ଦିଅ ନହେଲେ ଦୁର୍ଷ୍ମମ ମାମଲାରେ ଫସାଇବାକୁ ଧମକ

ଭୁବନେଶ୍ୱର : ରାଜଧାନୀରେ ‘୪୨୦’ ମହିଳା। ନିଜକୁ ଏମ୍ସର ଡାକ୍ତର ପରିଚୟ ଦେଇ ଏକାଧିକ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଛନ୍ତି। ପରେ ତାଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଲୁଟୁଛନ୍ତି। ଏହିଭଳି ଲକ୍ଷ୍ମୀସାଗର ଥାନା ସିଦ୍ଧିବିନାୟକ ଏନ୍‍କ୍ଳେଭ୍‍ରେ ରହୁଥିବା ଅଙ୍କିତ୍‍ ଅଗ୍ରୱାଲ୍‍ ନାମକ ଯୁବକ ଠକେଇର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ତାଙ୍କ ଠାରୁ ୩ଲକ୍ଷ ଟଙ୍କା ଠକି ନେବା ସହ ୧୦ ଲକ୍ଷ ଟଙ୍କା ଦାବି କରି ବ୍ଲାକ୍‌ମେଲିଂ କରୁଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅଙ୍କିତ୍‍ଙ୍କ ବାପା ଏହି ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ମହିଳାଙ୍କ ନାମରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇ ଏହି ମହିଳା ଜଣଙ୍କ ଏକାଧିକ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟିଛନ୍ତି।

ସୂଚନାଅନୁସାରେ ଅଙ୍କିତ୍‍ ସୋସିଆଲ ମିଡିଆରୁ ମହିଳାଙ୍କ ସହ ପରିଚିତ ହୋଇଥିଲେ। ମହିଳା ଜଣଙ୍କ ଅଙ୍କିତ୍‍ ସହ ପରିଚିତ ହେବା ସହ ନିଜକୁ ଏମ୍ସର ମହିଳା ଡାକ୍ତର ବୋଲି ପରିଚୟ ଦେଇ କଥା ହେଇଥିଲେ। ପରେ ଅଙ୍କିତ୍‍ଙ୍କୁ ବିବାହ କରିବାର ସ୍ୱପ୍ନ ଦେଖାଇ ତାଙ୍କ ସହ ସମ୍ପର୍କ ରଖଥିଲେ। ପରେ ବ୍ୟାଙ୍କ୍‍ ଲୋନ୍‍ ସୁଝିବା ବାହାନାରେ ୩ଲକ୍ଷ ଟଙ୍କା ମାଗି ନେଇଥିଲେ। ପରେ ତାଙ୍କୁ ପୁଣି ବାହାନା କରି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଅଙ୍କିତ୍‍ଙ୍କର ସନ୍ଦେହ ହେବାରୁ ସେ ମହିଳାଙ୍କ ବିଷୟରେ ଯାଞ୍ଚ କରିଥିଲେ। ଅଙ୍କିତ୍‍ ଜାଣିବାକୁ ପାଇଥିଲେ ଯେ, ମହିଳା ଜଣଙ୍କ ପାତ୍ରପଡ଼ାରେ ରହୁଥିବା ବେଳେ ସେ ବିବାହିତ। କିଛି ମାସ ପୂର୍ବରୁ ସ୍ୱାମୀଙ୍କୁ ଛାଡ଼ି ଏଭଳି ଯୁବକମାନଙ୍କୁ ଫସାଇ ଲୁଟୁଛନ୍ତି।

ଅଙ୍କିତ୍‍ ମହିଳାଙ୍କ ବିଷୟରେ ଜାଣିବା ପରେ ଟଙ୍କା ଦେବାକୁ ମନା କରିଥିଲେ। କିନ୍ତୁ ମହିଳା ଜଣଙ୍କ ତାଙ୍କୁ ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଗିରଫ ହେଲେ ସମ୍ମାନ ଚାଲିଯିବା ଭୟରେ ଅଙ୍କିତ ରାତି ସାଢ଼େ ୯ଟା ପରେ ଅଙ୍କିତ୍‍ ଘର କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଜାଣିପାରି କବାଟ ଭାଙ୍ଗି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶେଷରେ ନ୍ୟାୟ ପାଇ ଅଙ୍କିତ୍‍ଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.