ଆଇସିସି ‘ଟି-୨୦ ଟିମ୍ ଅଫ ଦ ଇୟର ୨୦୨୨’ରେ ସ୍ଥାନ ପାଇଲେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଆଇସିସି ଘୋଷଣା କଲା ‘ଟି-୨୦ ଟିମ୍ ଅଫ ଦ ଇୟର ୨୦୨୨’ । ଏଥିରେ ଭାରତରୁ ୩ ଜଣ ଖେଳାଳି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ନାମ ରହିଛି । ଗତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡର ଅଧିନାୟକ ଭାର ସମ୍ଭାଳିଥିବା ଜୋସ୍‌ ବଟଲରଙ୍କୁ ICC ଅଧିନାୟକ ଭାବେ ନେଇଛି । ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆଇସିସି ବିଶ୍ବର ଶ୍ରେଷ୍ଠ ଏକାଦଶରେ ସାମିଲ କରିଛି । ପାକିସ୍ତାନରୁ ମହମ୍ମଦ ରିଜୱାନ ପାକିସ୍ତାନରୁ ଦଳରେ ସ୍ଥାନ ପାଇଛନ୍ତି ।

ଟିମ୍ ଅଫ ଦ ଇୟର ୨୦୨୨ରେ ଇଂଲଣ୍ଡର ତିନି ଖେଳାଳି, ପାକିସ୍ତାନରୁ ଦୁଇ ଖେଳାଳି ସାମିଲ୍ ଥିବା ବେଳେ ଶ୍ରୀଲଙ୍କା, ଜିମ୍ବାଓ୍ଵେ, ଆୟରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏହି ସବୁ ଖେଳାଳି ଗତ ବର୍ଷ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ।

ଆଇସିସି ଦ୍ୱାରା ମନୋନୀତ ଦଳରେ ଇଂଲଣ୍ଡର ଜସ୍ ବଟଲର ୱିକେଟ୍ କିପର / ଓପନର ଭାବରେ ମନୋନୀତ ହୋଇଥିବାବେଳେ ମହମ୍ମଦ ରିଜୱାନଙ୍କୁ ଓପନର ଭାବେ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବିରାଟ କୋହଲି ୩ ନମ୍ବର ଏବଂ ସୂର୍ଯ୍ୟକୁମାର ଯାଦବ ୪ ନମ୍ବରରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଗ୍ଲେନ୍ ଫିଲିପ୍ସ ୫ ନମ୍ବରରେ ନିଜର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଜିମ୍ବାୱେର ସିକନ୍ଦର ରଜା ୬ ନମ୍ବର ସ୍ଥାନରେ ସ୍ଥାନ ପାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରଜାଙ୍କୁ ଏହି ଦଳରେ ଅଲରାଉଣ୍ଡର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଦଳରେ ସାମ୍ କୁରାନ୍, ୱାନିନ୍ଦୁ ହାସାରଙ୍ଗା ମଧ୍ୟ ଅନ୍ତର୍ଭୁକ୍ତ । ହରିସ୍ ରଉଫ୍ ଏବଂ ଜୋସ୍ ଲିଟିଲ୍ ମଧ୍ୟ ଆଇସିସି ଟି-୨୦ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

Leave a comment