ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ ଭାରତୀୟ ସାମ୍ବାଦିକ ପାଇବେ ପୁଲିତଜର ପୁରସ୍କାର;ଦାନିଶ ସିଦ୍ଦିକିଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ : ୨୦୨୨ ବର୍ଷ ପାଇଁ ପୁଲିତଜର ପୁରସ୍କାର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି। ସମ୍ବାଦିକତା କ୍ଷେତ୍ରରେ ୩ଭାରତୀୟ ସମ୍ବାଦିକଙ୍କୁ ଏହି ପୁରସ୍କାର ମିଳିବ। ସେମାନ ହେଉଛନ୍ତି ଅଦନାନ ଆବିଦି, ସନା ଇରସାଦ ମଟ୍ଟୁ, ଅମିତ ଦେବ। ରଏଟର୍ସର ସାମ୍ବାଦିକ ସ୍ୱର୍ଗତ ଦାନିଶ ସିଦ୍ଦିକିଙ୍କୁ ମରଣୋତ୍ତର ଏହି ସମ୍ମାନ ପ୍ରଦାନ କରାଯିବ।

ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ତାଲିବାନ ଗୁଳିରେ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟିଥିଲା। କୋଭିଡ଼ ସମୟରେ ଉଠାଇଥିବା ଫଟୋଗ୍ରାଫି ପାଇଁ ଅଦନାନ ଆବିଦି, ସନା ଇରସାଦ ମଟ୍ଟୁ, ଅମିତ ଦେବଙ୍କୁ ଏହି ପୁରସ୍କାର ମିଳିବ।ଏକକାଳୀନ, ୟୁକ୍ରେନ ସାମ୍ବାଦିକମାନଙ୍କୁ ୨୦୨୨ ପାଇଁ ସ୍ୱତନ୍ତ୍ର ଉଲ୍ଲେଖ ସହିତ ପୁଲିତଜର ପୁରସ୍କାର ପ୍ରଦାନ କରାଯିବ। ଆମେରିକାରେ, ଜାନୁଆରୀ ୬ରେ କ୍ୟାପିଟାଲ ହିଲ ଉପରେ ହୋଇଥିବା ଆକ୍ରମଣ, ଆଫଗାନିସ୍ତାନରୁ ପ୍ରତ୍ୟାହାର ଓ ଫ୍ଲୋରିଡାସ୍ଥିତ ସମୁଦ୍ରକୂଳ ଆପାର୍ଟମେଣ୍ଟ ଟାୱାରର ପତନ ସମୟରେ କଭରେଜ ପାଇଁ ସାମ୍ବାଦିକତାର ସର୍ବୋଚ୍ଚ ସମ୍ମାନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ରଏଟର୍ସ ପକ୍ଷରୁ ଦାନିଶ ଭାରତରେ ମୁଖ୍ୟ ଫଟୋଗ୍ରାଫର ଥିଲେ। ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ।ସିଦ୍ଦିକି ଏହି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପିତା ଅଖତର ସିଦ୍ଦିକି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିଲେ। ସିଦ୍ଦିକି ୨୦୦୫-୨୦୦୭ ମସିହାରେ ଏଜେକେ ମାସ କମ୍ୟୁନିକେସନ ସେଣ୍ଟର ରେ ଅଧ୍ୟୟନ କରିଥିଲେ। ସିଦ୍ଦିକି ସମାଚାର ଏଜେନ୍ସି ରଏଟର୍ସ ପାଇଁ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପାଇଁ ପୁଲିତଜର ପୁରସ୍କାର ପାଇଥିଲେ । ସେ ସେହି ସମୟରେ ମିଆଁମାରର ସଂଖ୍ୟାଲଘୁ ରୋହିଙ୍ଗ୍ୟା ସମ୍ପ୍ରଦାୟର ସମ୍ମୁଖୀନ ହୋଇଥିବା ହିଂସା ଫୋଟଗ୍ରାଫି ପାଇଁ ତାଙ୍କର ଜଣେ ସହକର୍ମୀ ଓ ଅନ୍ୟ ପାଞ୍ଚଜଣଙ୍କ ସହ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହାପରେ  ୨୦୨୧ରେ ଯୁଦ୍ଧ ବିଧ୍ୱସ୍ତ ଆଫଗାନସ୍ଥାନରେ ସେ କର୍ତ୍ତବ୍ୟରତ ଥିବାବେଳେ ତାଲିବାନି ଗୁଳିରେ ପ୍ରାଣ ହରାଇଥିଲେ। ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେ ସେଠାକୁ ଯାଇଥିଲେ। ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.