ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ; ଦୁଇ ଜଣ ଉଦ୍ଧାର, ଜଣେ ନିଖୋଜ

ଜଗତସିଂହପୁର: ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଏରାଗାରୀ ଠାରେ ଘଟିଛି ଅଭାବନୀୟ ଘଟଣା । ନଦୀରେ ଗାଧୋଉଥିବା ବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି । ଭାସିଯାଇଥିବା ୩ ଜଣ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ଅଭିନା ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ଦୁଇ ଜଣ ସାଙ୍ଗଙ୍କ ସହିତ ମିଶି ପାଇକନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ନଦୀ ପାର ହୋଇ ଆରପଟ ଶଙ୍ଖେଶ୍ୱର ଯିବାକୁ ଚେଷ୍ଟା କରିଥିଲେ ତିନି ସାଙ୍ଗ । ହେଲେ ନଦୀରେ ସୁଅ ଥିବାରୁ ତିନି ସାଙ୍ଗ ଭାସି ଯାଇଥିଲେ । ହେଲେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୁମନ ଏ ପର୍ଯ୍ୟନ୍ତ ନିଖୋଜ ରହିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି ଜାରି ରଖିଛନ୍ତି ।

Leave A Reply

Your email address will not be published.