ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ

ଭୁବନେଶ୍ବର : ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ ।

ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଦ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହାର ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଥିଲା ପୁରା ଅଞ୍ଚଳ। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି।

ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ । ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା କିଛି ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏବେ ବି ଭୟରେ ଅଛନ୍ତି । କାହିଁକି ଏମିତି ହେଲା କ’ଣ ପାଇଁ କିଛି ବି ସ୍ପଷ୍ଟ ହୋଇ ପାରୁ ନାହିଁ ।

Leave a comment