ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଇଁଛ ଧରା ହେଲା କାଳ; ପରିତ୍ୟକ୍ତ କୂଅରୁ ବାହାରି ନ ପାରି ବାପ, ପୁଅ, ଜ୍ୱାଇଁ ଙ୍କ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧୀନ କୁହିବାହାଲ ପଞ୍ଚାୟତ ଆନନ୍ଦପୁରରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। କଇଁଛ ଧରିବାକୁ ଯାଇ ଏକ ଅବ୍ୟବହୃତ କୂଅରେ ପଶିଥିବାବେଳେ ବାପ, ପୁଅ ଓ ଜ୍ୱାଇଁଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଏମାନେ ହେଲେ ଆନନ୍ଦପୁରର ସାଧୁ କାଳସେ (୫୫), ତାଙ୍କ ପୁଅ ଆଲୋକ କାଲସେ (୨୧) ଓ କ୍ୱାଇଁ ନବୀନ ମଟାରି (୩୧) । ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ବିନିକା ଦମକଳ କେନ୍ଦ୍ରକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି କୂଅ ଭିତରୁ ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର କିନ୍ତୁ ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ସମସ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ଅଭାବନୀୟ ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.