ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ୩ ମୃତ

ବାରିପଦା : ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛେଳି ଚରାଇବାକୁ ଯାଇଥିବା ଗ୍ରାମର ୨ନାବାଳକ ଓ ଜଣେ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ବର୍ଷା ସମୟରେ ସମସ୍ତେ ଏକ ଗଛମୂଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ଘଟିଥିଲା । ଫଳରେ ସମସ୍ତେ ସଜ୍ଞାହୀନ ପୂର୍ବକ ଗୁରୁତର ଆହତ ହୋଇଥିଲେ । ଘରଲୋକ ଖବର ପାଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୩ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକ ମାନେ ହେଲେ କାଳୀଚରଣ ନାଏକଙ୍କ ପୁଅ ବାବଲୁ(୧୪), ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ(୧୪) ଓ ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା(୧୨) । ସମସ୍ତେ ସମ୍ପର୍କୀୟ । ଏଥି ସହିତ ଘଟଣା ସ୍ଥଳରେ ୨୦ରୁ ଉର୍ଦ୍ଧ୍ବ ଛେଳି ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.