ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରେଇରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌: ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡିଗଲା ବଗି, ଚାପି ହୋଇ ୩ମୃତ

ବ୍ୟାସନଗର : ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ସୋମବାର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନ ଠାରୁ ମାତ୍ର ୧୦ କିମି ଦୂରରେ ରହିଥିବା କୋରେଇ ରେଳଷ୍ଟେସନରେ ପ୍ଲାଟଫର୍ମ ନିକଟରେ ସୋମବାର ସକାଳ ପ୍ରାୟ ୬.୪୫ ମିନିଟ୍ ସମୟରେ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ପଛ କିଛି ବଗି ଲାଇନଚ୍ୟୁତ ହୋଇଥିଲା। ମାଲବାହୀ ଟ୍ରେନଟିର ବେଗ ଅଧିକ ରହିଥିବାରୁ ଉକ୍ତ ବଗି ଗୁଡ଼ିକ ଯାତ୍ରୀମାନେ ଅପେକ୍ଷା କରିଥିବା ପ୍ଲାଟଫର୍ମ ଉପରକୁ ମାଡ଼ିଯିବା ସହିତ ଫୁଟ ଓଭର ବ୍ରିଜ ଭାଙ୍ଗି ଟିକେଟ କାଉଣ୍ଟର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେବା ସହିତ ଷ୍ଟେସନ ମାଷ୍ଟର କାର୍ଯ୍ଯାଳୟ ଅଧା ଭାଙ୍ଗିଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସମୟରେ ଶତାଧିକ ଲୋକେ ଭଦ୍ରକ କଟକ ଯାତ୍ରୀବାହୀ ପାସେଞ୍ଜର ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଆଖି ପିଛୁଳାକେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକ ଏହି ଦୁର୍ଘଟଣା ଗ୍ରସ୍ତ ବଗି ତଳେ ଚାପି ହୋଇ ରହିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ଯ ଚାଲିଥିଲାବେଳେ ଯାଜପୁର ରୋଡ଼ ରେଳବାଇର ଅନେକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସ୍ତରରେ ସୂଚନା ମିଳିଥିବା ବେଳେ ଆଗକୁ ଏହି ସଂଖ୍ୟା ଅନେକ ବଢିବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.