ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ ମାଆ-ଝିଅଙ୍କ ସମେତ ୩ ମୃତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି।

ମିଳିଥିବା ସୂଚନାଅନୁସାରେ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଝିଅ ପାନ ମୁଣ୍ଡା(୫) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ।  ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର କାଣ୍ଡେ ପୂର୍ତ୍ତିଙ୍କ ପୁଅ ଶ୍ୟାମ ଚରମ ପୂର୍ତ୍ତି (୪୨) ବଜ୍ରପାତରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.