ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଟବରଣ ବେଳେ ମାଡିଗଲା ସ୍କର୍ପିଓ: ୩ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ମାଣ୍ଡିଆପଲ୍ଲୀ ଗାଁ ନିକଟରେ କନ୍ୟା ଯାତ୍ରୀର ବାଟବରଣ ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୧୨ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଏଥିରେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ମୃତକ ମାନେ ହେଲେ ଲାଞ୍ଜିପଲ୍ଲୀ କେଶବ  ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) , ଭାରତୀ ରେଡ଼ି(ବୟସ ୧୨) । ସମସ୍ତ ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗାଁରେ ବର ପକ୍ଷ ଲୋକ ଛିଡ଼ା ହୋଇଥିଲେ । କନ୍ୟା ଯାତ୍ରୀର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକେ ତାଙ୍କୁ ବାଟବରଣ କରିବାକୁ ଯିବା ପାଇଁ ଛିଡ଼ା ହୋଇଥିବା  ଏକ ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଗଲା । ଯାହା ଫଳରେ ଘଟଣା ସ୍ଥଳେ ହିଁ ୨ ମହିଳାଙ୍କ ସହ ଗୋଟିଏ ୧୨ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟେଇଥିବା ମଦ୍ୟପ ଗାଡ଼ି ଚାଳକଙ୍କୁ ସ୍ଥାନୀୟ ଲୋକେ  କାବୁ କରିଥିବା ସୂଚନା ।

Leave A Reply

Your email address will not be published.