ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆ ନବବର୍ଷରେ ନନ୍ଦନକାନନରେ ନୂଆ ଅତିଥି: ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ଜଣ ନୂଆ ଅତିଥି ଆସିଛନ୍ତି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ଯ ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ମଧ୍ୟ ୩ଟି ବାଘ ଶାବକଙ୍କୁ ଜନ୍ମ ଦେଇଥିଲା । ବାଘୁଣୀ ବିଜୟା ସହ ଜନ୍ମିତ ୩ ଶାବକ ଏବେ ସୁସ୍ଥ ଅଛନ୍ତି । ଏବେ ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

Leave A Reply

Your email address will not be published.