ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆପଡ଼ାରେ ପୁଣି ମାଓ ହମଲା : ୩ ସିଆରପିଏଫ୍‌ ଯବାନ ସହିଦ

ନୂଆପଡା: ପୁଣି ନୂଆପଡ଼ାରେ ଲାଲବାହିନୀଙ୍କ ଆତଙ୍କ । ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ହମଲା ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା ହୋଇଛି। ଏହି ହମଲାରେ ୩ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣା ସ୍ଥଳକୁ ଯାଉଛନ୍ତି।

ସୂଚନାଅନୁସାରେ ବୋଡେନ୍‌ ଥାନା ପାଟଧରାରେ ସିଆର୍‌ପିଏଫ୍‌ରେ ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ। କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନସ ଓ ପୋଷ୍ଟର ମାରି ଦାବି କରି ଆସୁଥିଲେ। ଆଜି ଯବାନମାନେ ଭୈଷାଦାନୀରୁ ପାଟଧରା କ୍ୟାମ୍ପକୁ ଯାଉଥିଲେ। ଏହି ସମୟରେ ନକ୍ସଲମାନେ ହମଲା କରିଥିଲେ। ଏହାର କଡ଼ା ଯବାବ ଦେଇଥିଲେ ସିଆର୍‌ପିଏଫ୍‌ ଯବାନ। ନକ୍ସଲଙ୍କ ଗୁଳିରେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ ସହିଦ ହୋଇଛନ୍ତି। ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି। ଏବେ ମଧ୍ୟ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।

Leave A Reply

Your email address will not be published.