ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ମାଲବାହୀ ଟ୍ରେନର 3 ବଗି ଲାଇନଚ୍ୟୁତ

କେନ୍ଦୁଝର : କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ର 3 ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଜଖପୁରା ଵଂଶପାଣି ରେଳ ଲାଇନରେ ଜଖପୁରା ପଟୁ ନୟାଗଡ଼ ରେଳ ଷ୍ଟେସନକୁ ଲୁହାପଥର ବୋଝେଇ ପାଇଁ ଖୋଲା ବଗିନେଇ ଏକ ଟ୍ରେନ ଯାଉଥିଲା। ରବିବାର ମଧ୍ୟାହ୍ନ ରେ କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ପହଁଚିବା ବେଳେ ଷ୍ଟେସନର ଲେନରେ ଆସୁଥିବାବେଳେ ଟ୍ରେନଟିର 3 ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ ଲେନରେ ସମ୍ପୃକ୍ତ ଟ୍ରେନ ଅଟକି ରହିଛି। ବଗି ଲାଇନଚ୍ୟୁତ କାରଣରୁ ଅନ୍ୟ ମାଲବାହୀ ଟ୍ରେନ ଚଳାଚଳ ରେ କୌଣସି ସମାସ୍ୟା ନଥିଲେ ମଧ୍ୟ ଘଟଣା ସ୍ଥଳରେ ଖୋର୍ଦ୍ଧା ଡିଭିଜନ ର ବରିଷ୍ଠ ଇଂଜିନିୟର,ରେଳ ବିଭାଗ ଅଧିକାରୀ ମାନେ ଟିମ ଶହ ପହଞ୍ଚି କାମ ଚଳାଇଛନ୍ତି।

ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କେନ୍ଦୁଝରଗଡ଼ ଷ୍ଟେସନକୁ ଆସୁଥିବା ସୂଚନା ମିଳିଛି। ଲାଇନଚ୍ୟୁତ ସମ୍ପର୍କରେ ରେଳ ବିଭାଗର ମତାମତ ମିଳିପାରିନାହିଁ। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ 30 ତାରିଖରେ ମଧ୍ୟ କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ଚକ୍ରଧରପୁର ଡିଭିଜନ ରୁ କର୍ଣ୍ଣାଟକକୁ ଲୁହାପଥର ଧରି ଯାଉଥିବା ମାଲବାହୀ ଟ୍ରେନରେ 6 ଟି ବଗି ଲାଇନଚ୍ୟୁତ ହୋଇଥିଲା।

Leave A Reply

Your email address will not be published.