ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାରେଜ ମାଲିକର ଗ୍ୟାଙ୍ଗଷ୍ଟାର ଦିମାଗ୍: ଜାଲ ଏନଓସି କରି ବିକୁଥିଲେ କାର୍, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଗ୍ୟାରେଜ ମାଲିକର ଗ୍ୟାଙ୍ଗଷ୍ଟାର ଦିମାଗ୍ । ଫାଇନାନ୍ସ କମ୍ପାନୀର ଏନଓସିକୁ ଜାଲ କରି ବିକୁଥିଲେ କାର। ମାଲିକାନା ପରିବର୍ତ୍ତନ ବେଳେ ଫାଇନାନ୍ସ କମ୍ପାନୀକୁ ଫୋନ ଧରାଉଥିଲେ ଦଲାଲ । ଆରଟିଓ ଅଫିସ ନିକଟରେ ଦଲାଲି କରୁଥିବା ଦଲାଲ ସମେତ ୩ ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ । ଗୋଟିଏ ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କାଳୁ ଚରଣ ପାତ୍ର ,ଗ୍ୟାରେଜ ମାଲିକ ଲିଆକତ ଅଲ୍ଲୀ ଓ ଜଣେ ସହଯୋଗୀ ଦିନେଶ ପ୍ରତିହାରି । ତିନିଜଣ ମିଶି ଏଭଳି ଏକ ଠକେଇ ରାକେଟ ଚଲାଉଥିଲେ ।

ବିଶେଷ କରି ଫାଇନାନ୍ସରେ କାର ନେଇଥିବା ଲୋକ ଦେବାଳିଆ ହୋଇଗଲେ ଗ୍ୟାରେଜ ମାଲିକ ଲିଆକତ ଅଲି ସେମାନଙ୍କୁ ଗାଡିକୁ ବିକ୍ରି କରାଇଦେବ କହି ଗ୍ରାହକ ଯୋଗାଡ କରୁଥିଲା । ଗାଡି କିଣିବା ଲୋକ ବକେୟ ଫାଇନାନ୍ସ ସୁଝିଦେବ କହି ତାଠୁ କମ ଦାମରେ ଗାଡି କିଣୁଥିଲେ । ପରେ ସେହି କାରକୁ କାଳୁ ପାତ୍ର ଜରିଆରେ ଫାଇନାନ୍ସର ଜାଲ ଏନଓସି କରି ଅନ୍ୟ ଜଣେ ଲୋକକୁ ଫାଇନାନ୍ସ କ୍ଲିୟର କହି ନୂଆଁ ଗାଡି ମୂଲ୍ୟରେ ବିକ୍ରି କରୁଥିଲେ ।

ସୂଚନା ମୁତାବକ, ସୁଶାନ୍ତ ରଥ ନାମକ ଜଣେ ବ୍ୟକ୍ତି ୫ ଲକ୍ଷ ଦେଇ ଗାଡି କିଣିବା ପୂର୍ବରୁ ସଂପୃକ୍ତ ଫାଇନାନ୍ସ ସଂସ୍ଥାକୁ ଫୋନ କରି ଗାଡିର ଷ୍ଟାଟସ ବାବଦରେ ପଚାରିବା ପରେ ଏହି ଗ୍ୟାଙ୍ଗର କଥା ସାମ୍ନାକୁ ଆସିଥିଲା । ସହିଦନଗର ଥାନାରେ ଅଭିଯୋଗ ପରେ ୩ ଜଣ ଠକକୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଯାଏଁ ଦୁଇଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଦୁଇଟି ଗାଡି ଜବତ‌ ହୋଇଛି । ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ଏସିପି ନିବେଦନ କରିଛନ୍ତି ।

Leave A Reply

Your email address will not be published.