ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଔଷଧ କାରବାର ମାମଲାରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ

ନକଲି କରୋନା ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ମେଡିଲଏଡ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟଙ୍କୁ ଏସଟିଏଫ ଗିରଫ କରିଛି। ଏମାନେ ନକଲି ଫାଭି-ମାକ୍ସ ଔଷଧ କିଣି ଓଡିଶା ବଜାରରେ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ କମ୍ପାନୀ ଓ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପୋଲିସ୍ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଏବେ ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ କଟକରୁ ନକଲି ଫାଭିମାକ୍ସ-୨୦୦ ଓ ଫାଭିମାକ୍ସ ୪୦୦ ମେଡିସିନ୍ ଜବତ ହୋଇଥିଲା। ଯାହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତକାରୀ ଟିମ୍ ପହଞ୍ଚି ତନାଘନା କରୁଥିଲା। ତେବେ ଆଜି ମୁମ୍ବାଇ ପୋଲିସ ଏହି ଘଟଣାରେ ନକଲି ଓଷଧ ତିଆରି କରୁଥିବା ‘ମ୍ୟାକ୍ସ ରିଲିଫ ହେଲ୍ଥ କେୟାର’ କମ୍ପାନୀର ଦୁଇଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

Leave A Reply

Your email address will not be published.