ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ୱିତୀୟ ଟେଷ୍ଟ : ଭାରତର ବିଶାଳ ବିଜୟ

ଚେନ୍ନାଇ : ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ଏହା ସହ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ପଲ୍ଲା ଭାରି ରହିଥିଲା। ଭାରତ କବଜାରେ ମ୍ୟାଚ୍ ରହିଥିଲା । ଦଳ ତୃତୀୟ ଦିନରେ ଇଂଲଣ୍ଡର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲା । ଚତୁର୍ଥ ଦିନରେ ଭ୍ରମଣକାରୀ ଦଳର ଅନ୍ୟ ବ୍ୟାଟସମ୍ୟାନମାନେ ଆଉଟ୍ ହୋଇଯାଇଥିଲେ । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

ମ୍ୟାଚର ତୃତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରିପାରିନଥିଲା ଇଂଲଣ୍ଡ । ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଓ ଅକ୍ଷର ପଟେଲଙ୍କ ବୋଲିଂ ଆଘରେ ଚକମା ଖାଇଯାଇଥିଲା ଇଂଲଣ୍ଡ ବାହିନୀ । ଏହି ବିଜୟ ସହ ଭାରତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ।

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ । ସେହିପରି ଓଲି ପୋପ୍ ୧୨ ରନ୍ କରିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ ୪, ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ।

Leave A Reply

Your email address will not be published.