ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୨ -୦୩- ୨୦୨୩ )

ମେଷ: କାର୍ଯ୍ୟ କ୍ଷେତ୍ରରେ କୌଣସି ସାହସିକତା ପଦକ୍ଷେପ ନେଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ।

ବୃଷ: ପାରିବାରିକ ଶାନ୍ତି ବଜାଇ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଅବସର ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ବେପାରୀ ବର୍ଗଙ୍କର ଆମଦାନି ବଢ଼ିପାରେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

ମିଥୁନ: ଗୁରୁଜନଙ୍କ ଆଶିର୍ବାଦ ପାଇବେ। ମହିଳାମାନଙ୍କପାଇଁ ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଅାକସ୍ମିକ ଧନଲାଭର ଯୋଗ ଅଛି। କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେବ। ବୈବାହିକ ଜୀବନରେ ସୁଖୀ ରହିବେ।

କର୍କଟ: ଏକାଗ୍ରତା ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ସନ୍ତାନଙ୍କ ସୁଖ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ବ୍ୟବସାୟ ବୃଦ୍ଧି ପାଇବା ସହ ଖ୍ୟାତି ବଢ଼ିବ ।

ଏଥିସହିତ ପଢ଼ନ୍ତୁ

ସିଂହ: ଜୀବନରେ ପରିବର୍ତ୍ତନ ଦେଖାଦେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରବର୍ଗଙ୍କ ପୂରା ସହଯୋଗ ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଭିନ୍ନ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ନିଜ ଆଚରଣରେ ମଧୁରତା ଆଣିବେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ପରିବାର ସହ ତୀର୍ଥଯାତ୍ରା ପାଇଁ ଯୋଜନା କରିବେ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

ବିଛା: ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇ ନୂତନ ନିେବଶ କରିବେ। ପରିଶ୍ରମ ସନ୍ତୋଷଜନକ ଫଳ ପାଇବେ। ପ୍ରେମ ଓ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇପାରେ ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବିଚାରକୁ ମାନ୍ୟତା ମିଳିବ। ମହିଳାଙ୍କ ଦାୟିତ୍ବ ବିକଶିତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମକର: କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିପାରେ। ଜମି ଓ ଭିତ୍ତିଭୂମିରେ ନିବେଶ ପାଇଁ ଜୀବନସାଥୀଙ୍କ ପରାର୍ମଶ ଲୋଡ଼ିବେ। ପାରବାରିକ ସହ ମନୋମାଳିନ୍ୟ ଦେଖାଦେବ।

କୁମ୍ଭ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ମହିଳାମାନେ ଅଯଥା କଥାରେ ପଡ଼ି ମାନସିକ ଶାନ୍ତି ହରାଇବେ। ଅନ୍ୟଠାରୁ ସାହାଯ୍ୟ ଆଶା କରି ଦୁଃଖ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ମୀନ: କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ମହିଳାମାନଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ। ସନ୍ତାନଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ।

Leave A Reply

Your email address will not be published.