ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୨ – ୦୭ – ୨୦୨୨ )

ମେଷ: ସାମାଜିକ କାର୍ଯ୍ୟରେ ଅଧିକ ସମୟ କଟିବ। ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି। ଅର୍ଥଚିନ୍ତା ଓ ଅଭାବ ଦେଖାଦେବ। ଶତ୍ରୁମାନଙ୍କ ଷଡ଼ଯନ୍ତ୍ରର ଶିକାର ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ବୃଷ: ବିଭିନ୍ନ ମାର୍ଗରେ ସଫଳତା ପାଇବେ। କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମିଥୁନ: ଗୁରୁଜନଙ୍କ ଉପଦେଶ ଅନୁସାରେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସହ ଜଡ଼ିତ ବ୍ୟକ୍ତି ଶୁଭଫଳ ପାଇବେ।

କର୍କଟ: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଉଦାସ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ପଥ ଚୟନ କରିବେ। ଛାତ୍ରଛାତ୍ରୀ ଅସ୍ଥିରମନା ରହିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଚିନ୍ତାରେ ପଡ଼ିପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ ।

କନ୍ୟା: କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ଛାତ୍ରଛାତ୍ରୀ ଭ୍ରମଣପ୍ରିୟ ହେବେ।

ତୁଳା: ଶାରୀରିକ ସମସ୍ୟା ଦେଖାଦେଇପାରେ। ଅର୍ଥ ଦିଆନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆଶା କରିଥିବା ଦିଗରୁ ଫଳ ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ଦିନଟି ବ୍ୟସ୍ତତା ଭିତରେ କଟିବ। ନୂତନ କାର୍ଯ୍ୟରେ ରୁଚି ଦେଖାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବାକୁ ଲାଗିବ। ପରିବାରବର୍ଗଙ୍କ ସହ ତୀର୍ଥସ୍ଥଳୀକୁ ଯାତ୍ରା କରିପାରନ୍ତି।

ଧନୁ: ଅସ୍ଥିରତା କାରଣରୁ କାର୍ଯ୍ୟହାନି ହୋଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟବହୁଳ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭଫଳ ପାଇବେ। ଆଳସ୍ୟତା ହେତୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବିଗିଡ଼ି ଯାଇପାରେ।

ମକର: କୌଣସି କାର୍ଯ୍ୟରେ ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଦେହ ଓ ମନ ଭଲ ରହିବ। ଅସହାୟ ବ୍ୟକ୍ତିଙ୍କୁ ସାହଯ୍ୟ କରି ସନ୍ତୋଷ ପାଇବେ।

କୁମ୍ଭ: ପାରିବାରିକ ବୁଝାମଣା ଉତ୍ତମ ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ ମଧୁର ସମ୍ପର୍କ ରହିବ। ମହିଳାମାନେ ପ୍ରସନ୍ନ ରହିବେ। ଦୀର୍ଘଦିନର ସମସ୍ୟା ଭିନ୍ନ ମୋଡ଼ ନେବ।

ମୀନ: ମନର କଥାକୁ ଗୋପନ ରଖି କଷ୍ଟ ପାଇବେ। କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଗୁରୁଜନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଅଧିକ ଚିନ୍ତା କରି ଅସୁସ୍ଥ ମନେ କରିପାରନ୍ତି।

Leave A Reply

Your email address will not be published.