ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଚାଲିଛି ଜୋରଦାର ଟିକାକରଣ: ଦ୍ୱିତୀୟ ଡୋଜ୍ ଟିକା ନେଲେଣି ୨କୋଟିରୁ ଅର୍ଦ୍ଧ୍ବ ଲୋକ

ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଟିକାକରଣ ଜୋରଦାର କରାଯାଉଛି । ବର୍ତ୍ତମାନ ରାଜ୍ଯରେ ୨କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪କୋଟି ୯୦ ଲକ୍ଷ ୩୧ ହଜାର ୪୫୨ ଡୋଜ ଟିକା ଦିଆଯାଇଛି । ପ୍ରାୟ ୬୦ ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର ବାକି ରହିଛି ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ୯୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକେ ୮୪ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସର ଲୋକେ ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୩ ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ।

ଅନ୍ୟପକ୍ଷରେ, ରାଜ୍ୟରେ ୨୪ ଘଣ୍ଟାରେ ୧୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧୬୦ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.