ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୯ – ୦୯ – ୨୦୨୨ )

ମେଷ: ସହଜରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ। ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରି ଉତ୍ତମ ଫଳ ପାଇବେ। ନିଜ ଆଚରଣରେ ଅନ୍ୟମାନଙ୍କୁ ଆକର୍ଷିତ କରାଇବ। ଆର୍ଥିକ ଦିଗ ମଜଭୁତ୍‌ ହେବ।

ବୃଷ: ନିଜ ଲକ୍ଷ୍ୟକୁ ପୂରଣ କରିବାରେ ଧ୍ୟାନ ଦେବେ। ନିଜର ଦକ୍ଷତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଗୁରୁଜନଙ୍କ ପାଇଁ ବ୍ୟତିବ୍ୟସ୍ତ ହୋଇପାରନ୍ତି।

ମିଥୁନ:ନୂତନ କାର୍ଯ୍ୟର ଆରମ୍ଭ କରିପାରନ୍ତି। ମିଳିଥିବା ସୁଯୋଗରୁ ଫାଇଦା ଉଠାଇବେ। ଜୀବନରେ ଥିବା ବାଧାଗୁଡିକ ସହଜରେ ଦୂର ହେବ। ଛାତ୍ରଛାତ୍ରୀ ଭଲ ଫଳାଫଳ ପାଇବେ।

କର୍କଟ: କୌଣସି ଖବର ପାଇ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବୃଦ୍ଧି ପାଇବ। ଜୀବନସାଥୀଙ୍କ ପ୍ରତି ଯତ୍ନଶୀଳ ହୋଇପଡ଼ିବେ। ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଂପାଦନ ହୋଇପାରେ। କର୍ମକ୍ଷେତ୍ରରେ ସୁଚାରୁ ରୂପରେ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ସମୟ କଟାଇବେ। ବ୍ୟବସାୟରେ ଲାଭବାନ ହେବେ।

କନ୍ୟା: ପାରିବାରିକ ସହାୟତା ପାଇ ଆଗକୁ ବଢ଼ିବେ। ଆର୍ଥିକ ସମସ୍ୟା ଦୂର ହେବ। ନିଜ ଯୋଜାକୁ ଗୋପନୀୟ ରଖନ୍ତୁ। ସଙ୍ଗୀତ ଓ ସାହିତ୍ୟରେ ରୁଚି ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରିବେ।

ତୁଳା: ଭାଗ୍ୟ ଆପଣଙ୍କ ସପକ୍ଷରେ ଥିବାରୁ ବିଭିନ୍ନ ଦିଗରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ।

ବିଛା: ଉନ୍ନତିର ଭିନ୍ନ ପଥ ଉନ୍ମୋଚନ ହେବ। ବ୍ୟବସାୟ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିବେ। ମହିଳାମାନେ ଅଧିକ ଅଶାକରି ହୋଇ ଦୁଃଖିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେଇପାରେ।

ଧନୁ: କୋର୍ଟକଚେରୀ ମାମଲାରେ ଦୂରଯାତ୍ରା କରିପାରନ୍ତି। ଧାର ଦେଇଥିବା ଧନ ଫେରିପାଇବେ। ଗୁରୁଜନଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର:ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ବେରୋଜଗାରୀ ରୋଜଗାରକ୍ଷମ ହେବେ। ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

କୁମ୍ଭ: କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିବେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

Leave A Reply

Your email address will not be published.