ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୯ – ୧୦ – ୨୦୨୨ )

ମେଷ: ଦିନଟି ସାମାନ୍ୟ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ। କୌଣସି କାର୍ଯ୍ୟ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ବୃଷ: ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ଜରୁରୀ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ। ପ୍ରିୟଜନଙ୍କ ପାଇଁ ଅଧିକ ସମ୍ବେଦଶୀଳ ରହିବେ। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଦେଖାଯିବ। ପରିବାରର ସହଯୋଗ ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କାର୍ଯ୍ୟକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

କର୍କଟ: କାର୍ଯ୍ୟରେ ବିଘ୍ନ ଘଟିପାରେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେଇ ପାରନ୍ତି। କର୍ମକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନିଜ ବ୍ୟବହାର ପାଇଁ ଆର୍କଷଣର କେନ୍ଦ୍ରବିନ୍ଦୁ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ପରିବାରରେ ଉତ୍ସବର ବାତାବରଣ ରହିବ।

କନ୍ୟା: କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ। କ୍ୟାରିଅରରେ ସଫଳତା ପାଇବେ। ନୂତନ ଲୋକଙ୍କ ସହ ସମ୍ପର୍କ ଗଢ଼ିଉଠିବ। ଅଧିକାରୀଙ୍କ ସହ ଗୁରୁତ୍ତ୍ବପୂର୍ଣ୍ଣ ଆଲୋଚନା କରିବେ।

ତୁଳା: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ନିଜ ଯୋଗ୍ୟତାକୁ ପ୍ରମାଣ କରିବା ପାଇଁ ସୁଯୋଗ ପାଇବେ।

ବିଛା: ନିଜ କାର୍ଯ୍ୟରେ ନୂତନ ପରିବର୍ତ୍ତନ ଆସିବ। ଧନ ଲାଭର ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ସଞ୍ଚୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଧନୁ: ନିଜବୁଦ୍ଧି ବଳର ଉପଯୋଗ କରି କାର୍ଯ୍ୟ ହାସଲ କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବ। ଅନ୍ୟର କଥାରେ ଦୁଃଖୀ ହୋଇପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବ।

ମକର: ଦେହ ଓ ମନ ଭଲ ରହିବ। ନୂତନ କାର୍ଯ୍ୟ କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘଦିନର ଚିନ୍ତା ଦୂର ହେବ।

କୁମ୍ଭ: ଆଧ୍ୟାତ୍ମିକ ଚିନ୍ତାରେ ସମୟ ବିତିବ। ତରବରିଆ ଭାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖା ପଢ଼ାରେ ମନ ଦେବେ। ପାରିବାରିକ ଜୀବନରେ ସମ୍ପର୍କ ସୁଦୃଢ଼ ରହିବ।

ମୀନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ନିଜ ବ୍ୟବହାରରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକ ସ୍ଥତିରେ ସୁଧାର ଦେଖାଦେବ। ପାରବାରିକ ସମ୍ପର୍କ ସୁଦୃଢ଼ ହେବ।

Leave A Reply

Your email address will not be published.