ବୁଧବାର ରାଶିଫଳ ( ୨୯ – ୧୨ – ୨୦୨୧ )

ମେଷ: ଦିନଟି ଆମାଦପ୍ରମୋଦ ଭିତରେ କଟିବ। ଦାମ୍ପତ୍ୟ ଉତ୍ତମ ବୁଝାମଣା ରହିବ। ଚାକିରିରେ ପ୍ରଶଂସିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ସିଲଭର୍।

ବୃଷ: ଦୃଢ଼ମନା ଓ ଉଦ୍ୟମ କରି ସଫଳହେବେ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ରକ୍ଷଣଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ପାଇବେ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍।

ଏଥିସହିତ ପଢ଼ନ୍ତୁ

ମିଥୁନ:ବହୁ ଚେଷ୍ଟାକରି ମଧ୍ୟ ସୁଫଳ ପାଇବେ ନାହିଁ । ଚାକିରିରେ ଅସହେଯାଗ ଦେଖାଦେବ ମହିଳାମାନେ ଆଳସ୍ୟ ରହିବେ । ବାଣିଜ୍ୟରେ ସାଧାରଣ ଫଳ ପାଇବେ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।

କର୍କଟ: ଦିନଟି ଚଳଚଞ୍ଚଳ ରହିବେ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପୋରେ। ଚାକିରିରେ ପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ- ଗୋଲାପି ।

ସିଂହ: ସମାଜରେ ପ୍ରତିଷ୍ଠିତ ହେବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳା ମାନେ ଆତ୍ମନିର୍ଭରଶୀଳ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶିକ୍ଷାର୍ଥୀ କୃତିତ୍ର ଅର୍ଜନ କରିବେ ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲଡେନ୍‌।

କନ୍ୟା: ବକେୟା ଅର୍ଥକୁ କେନ୍ଦ୍ର କରି ବାଦବିବାଦ ଉପୁଜିପାରେ। ଚାକିରିରେ କାର୍ଯ୍ୟବହୁଳ ରହିବ। ରାଜନୀତିରେ ସମସ୍ୟା ରହିବ।ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ତୁଳା: ଶ୍ରୀ ଚନ୍ଦ୍ର କାରଣରୁ ହର୍ମୋଲ୍ଲାସ ଭିତରେ ସମୟ କଟିବ। ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବେ । ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା |

ବିଛା: କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ଗତି କରିବେ । ଚାକିରିରେ ସହଯୋଗ ପାଇବ। ମହିଳାମାନେ ପରିଶ୍ରମୀ ହେବେ।ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କପି।

ଧନୁ: ଦୀର୍ଘ ଦିନରେ ଅଭିଳାଷ ପୂର୍ଣ୍ଣ ହେବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ | ରାଜନୀତିରେ ସୁନାମ ପାଇବେ | ବାଣିଜ୍ୟରେ ସମୃଦ୍ଧି ହେବ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ

ମକର: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ଦାମୀ ଦ୍ରବ୍ୟାଦି ଲାଭ କରିପାରନ୍ତି । ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲଭର୍।

କୁମ୍ଭ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଦେଇ ଗତି କରିବେ । ଚାକିରିରେ ବିଚଳିତ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅବହେଳା କରିବେ ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲଡେନ୍ ।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଅସଫଳ ହେବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା ।

Leave a comment