ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨୯ – ୦୪ – ୨୦୨୨ )

ମେଷ: ଦିନଟିରେ ମହତ୍ କାର୍ଯ୍ୟକୁ ନେଇ ବ୍ୟସ୍ତତା ଲାଗି ରହିବ । ରାଜନୀତିରେ ଦୂରଯାତ୍ରା କରିପାରନ୍ତି । ମହିଳାମାନେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ସ୍ଵଳ୍ପ ଲାଭ ମିଳିବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

ବୃଷ: ନୂତନ ଯୋଜନା କରି ସଫଳ ହେବେ। ପ୍ରଶାସନିକ ଓ ରାଜନୀତିରେ ସଫଳ ନେତୃତ୍ବ ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପ୍ରତି ରୁଚି ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ |

ମିଥୁନ: କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଶତ୍ରୁମାନେ ପରାଜିତ ହେବେ। ସନ୍ତାନସନ୍ତତିଙ୍କ ଦ୍ବାରା ଗୌରବାନ୍ବିତ ହେବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ – ସବୁଜ।

କର୍କଟ: କର୍ମକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ। ମାନସିକ ଅଶାନ୍ତି ଦେଖାଦେବ । ଚାକିରିରେ କାର୍ଯ୍ୟ ବହୁଳତା ରହିବ। ବାଣିଜ୍ୟରେ ଲାଭକ୍ଷତି ସମାନ ରହିବ। ଶିକ୍ଷାର୍ଥୀ ଗୁରୁଜନଙ୍କ ଅପ୍ରିୟ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍ ।

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ । ଚାକିରିରେ ସ୍ଥାନାନ୍ତା ଯୋଗ ରହିଛି। ରାଜନୀତି ଓ ପ୍ରଶାସନିକ ଜନଅସନ୍ତୋଷ ଦେଖାଦେବ। ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲ୍‌ଭର୍‌।

କନ୍ୟା: ଦେହ ଓ ମନ ପ୍ରଫୁଲ୍ଲ ରହିବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଉତ୍ସାହଜ ନକ ରହିବ। ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍ ।

ତୁଳା: ପରିଶ୍ରମର ଉଚିତ ଫଳ ପାଇବେ। ହଠାତ୍‌ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ଶୁଭଫଳ ପାଇବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ-ସବୁଜ।

ବିଛା: କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ | ରାଜନୀତିରେ ବ୍ୟସ୍ତବିବ୍ରତ ରହିବେ । ମହିଳାମାନେ ରକ୍ଷଣଶୀଳା ହେବେ I ବାଣିଜ୍ୟ ସଫଳ ହେବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ ।

ଧନୁ: ଦିନଟି କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ । ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ- ଧଳା।

ମକର: ପରିଶ୍ରମର ଫଳ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟରେ ଶୁଭଫଳ ପାଇବେ ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ-ହଳଦିଆ ।

କୁମ୍ଭ: ଅବହେଳା କାରଣରୁ କାର୍ଯ୍ୟହାନି ହୋଇପାରେ। ବନ୍ଧୁବାନ୍ଧବଙ୍କ ସଙ୍ଗେ ମନାନ୍ତର ହୋଇପାରେ । ପରିବହନ ଓ ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍ |

ମୀନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସଞ୍ଚୟ ହେବ ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ।

Leave A Reply

Your email address will not be published.