ଗୁରୁବାର ରାଶିଫଳ ( ୨୯-୦୪-୨୦୨୧ )

ମେଷ: ନିଜକୁ ହେୟ ମନେ କରିବେ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ମହିଳାମାନେ ଚିନ୍ତାରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:ଆୟ ପୂର୍ବ ଭଳି ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବଢିବ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ସୁଫଳ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। ଚାକିରିରେ କର୍ତ୍ତବ୍ୟ ନିଷ୍ଠ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:କର୍ମକ୍ଷେତ୍ରରେ ଅବରୋଧ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଗୁରୁଜନଙ୍କ ସହ ମନାନ୍ତର ହୋଇପାରେ। ପରିବହନ ଓ ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ସିଂହ:କଠିନ ପରିଶ୍ରମ କରି ସୁଫଳ ପାଇବେ। ଚାକିରିରେ ସହଯୋଗ ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ।ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ତୁଳା:ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଶାସନିକ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:ଉଚ୍ଚ ଆଶା ସଫଳ ହେବ। ମହିଳାମାନେ ହସଖୁସି ଭିତରେ ରହିବେ। ଚାକିରିରେ ସହଯୋଗ ମିଳିବ। କଳା,ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ:କୌଣସି କାର୍ଯ୍ୟ ଉଦ୍ଦେଶ୍ଯରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ମହିଳାମାନେ ସ୍ବାଭିମାନୀ ହେବେ। ଚାକିରିରେ ନିଷ୍ଠାପର ରହିବେ। ବାଣିଜ୍ୟରେ ଉନ୍ନତି ହେବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟରେ ଶୁଭ ହେବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

Leave a comment
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications