ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨୮–୧୦–୨୦୨୨ )

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହତ୍ତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ସଫଳତା ଶୀର୍ଷରେ ପହଞ୍ଚିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ।

ବୃଷ: ଆଜିର ଦିନରେ କିଛି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ ମନ୍ଥରତା ପାଇଁ ଚିନ୍ତିତ ହେଇପାରନ୍ତି। ଜମିଜମା କାର୍ଯ୍ୟ ଅଟକି ଯାଇପାରେ। ଛାତ୍ରଛାତ୍ରୀମାନେ ବିଫଳତା ପାଇପାରନ୍ତି।

ମିଥୁନ: ଆବଶ୍ୟକତାଠାରୁ ଅଧିକ କଥା କହିବାରୁ ଦୂରେଇ ରହନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି।

କର୍କଟ: ଅନେକ ଦିନ ତଳୁ କରିଥିବା କାର୍ଯ୍ୟ ପାଇଁ ଭଲ ଫଳ ପାଇବେ। କର୍ମକ୍ଷେତ୍ରରୁ ମହତ୍ତ୍ବପୂର୍ଣ୍ଣ ସୂଚନା ପାଇପାରନ୍ତି। ସବୁ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ଅକସ୍ମାତ୍‌ ଖର୍ଚ୍ଚ ଆର୍ଥିକ ଚିନ୍ତାକୁ ବୃଦ୍ଧି କରିପାରେ। ମହିଳାମାନେ ଚଳଚଞ୍ଚଳ ରହିବେ।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ଉତ୍ସାହର ସହ କାର୍ଯ୍ୟ କରି ସଫଳ ହେବେ। କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇବେ।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ପରିଶ୍ରମର ଫଳ ପାଇବେ। ଦେହ ଓ ମନ ଭଲ ରହିବ। ସନ୍ତାନମାନେ ସ୍ନେହର ଅଧିକାରୀ ହେବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ ।

ମକର: ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଧିକ ରୋଜଗାର ପାଇଁ ନିଜ ସୃଜନଶୀଳତା ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କୁମ୍ଭ: ପାରିବାରିକ ସମସ୍ୟାରେ ଫସି ରହିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢ଼ିବେ। ଦୂରଯାତ୍ରାରୁ ସୁଫଳ ପାଇବେ। ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

ମୀନ: ବହୁ ଚେଷ୍ଟା ସତ୍ତ୍ବେ ସଫଳ ହେବେ ନାହିଁ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ମହିଳାମାନେ ଚିନ୍ତାରେ ରହିବେ।

Leave A Reply

Your email address will not be published.