ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରବିବାର ରାଶିଫଳ ( ୨୮- ୦୩-୨୦୨୧ )

ମେଷ: ଷଷ୍ଠସ୍ଥ କାରଣରୁ ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସମ୍ପନ୍ନ କରିବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନଙ୍କ ଆର୍ଥିକ ସମୃଦ୍ଧି ହେବ। ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ : ଘାତଚକ୍ର କାରଣରୁ କାର୍ଯ୍ୟରେ ବିରୋଧାଭାସ ଆସିବ। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ: ଦିନଟି କାର୍ଯ୍ୟ ବିଳମ୍ବ ଓ ବିରକ୍ତିମନା ରହିବେ। ରାଜନୀତିରେ ପ୍ରତିନ୍ଦ୍ବନ୍ଦ୍ବିତା ରହିବ। ମହିଳାମାନେ ହତୋତ୍ସାହ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ଏଥିସହିତ ପଢ଼ନ୍ତୁ

କର୍କଟ : ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ। ଦାମ୍ପତ୍ୟ ସମ୍ପର୍କ ମଧୁର। ଚାକିରୀରେ ସହଯୋଗ ପାଇବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ସିଂହ: ଆର୍ଥିକ ଯୋଜନା ଫଳପ୍ରସୂ ହେବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ପ୍ରଶାସନିକ ସୁନାମ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା : ଦିନଟି ପ୍ରସନ୍ନତା ଭିତରେ କଟିବ। ବନ୍ଧୁବାନ୍ଧବଙ୍କର ଆଗମନ ହୋଇପାରେ। ଚାକିରିରେ ପ୍ରଶଂସିତ । ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା : କର୍ମକ୍ଷେତ୍ର ମନ୍ଥର ରହିବ। ସାଂସାରିକ ବ୍ୟୟବୃଦ୍ଧି ଓ ଖର୍ଚ୍ଚାନ୍ତ ରହିବ। ରାଜନୀତିରେ ବାଦବିବାଦ ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା :ସ୍ବପ୍ନ ସାକାର ହେବ। ଉଭୟେ ପ୍ରେମ ଓ ସାଂସାରିକ ଭୁଲ ବୁଝାମଣା ରହିବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍
ଧନୁ : କର୍ମକ୍ଷେତ୍ରରେ ମନମୁତାବକ ଫଳ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପ୍ରଶାସନିକ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମକର :ଦିନଟି ସୁଖସମ୍ମାନ ପାଇବେ। ଚାକିରିରେ ପ୍ରଶଂସା ଭାଜନ ହେବେ। ମହିଳାମାନେ ସୁଖୀ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ :କର୍ମକ୍ଷେତ୍ରରେ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ:ଦିନଟି ହର୍ଷୋଲ୍ଲାସରେ କଟିବ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ରାଜନୀତିରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.