ମହିଳାଙ୍କ ପେଟରୁ ୨୮ କୋଟିର କୋକେନ ଜବତ

ନୂଆଦିଲ୍ଲୀ : ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଉଗାଣ୍ଡାରୁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ତାଙ୍କ ପେଟରେ ୧୮୧ଟି କୋକେନ୍‌ କ୍ୟାପସୁଲ ଲୁଚାଇ ରଖିଥିଲେ ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ଯାହାର ମୂଲ୍ୟ ୨୮ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଦୁଇ ମହିଳା ଧରାନପଡ଼ିବା ପାଇଁ କୋକେନ୍ କ୍ୟାପସୁଲଗୁଡ଼ିକୁ ଗିଳି ଦେଇଥିଲେ। ଜବତ ହୋଇଥିବା କୋକେନ୍‌ର ଓଜନ ୨ କିଲୋ ବୋଲି କୁହାଯାଇଛି। ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ପେଟରୁ ୮୯୧ ଗ୍ରାମ କୋକେନ୍‌ ଜବତ କରାଯାଇଥିଲା। ଯାହାର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ୧୩. ୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସେହିପରି ଗିରଫ ହୋଇଥିବା ଅନ୍ୟ ଜଣେ ମହିଳା ତାଙ୍କ ପେଟରେ ୮୦ଟି କ୍ୟାପସୁଲ ଲୁଚାଇ ରଖିଥିଲେ।

Leave a comment