ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୭ତମ ସହୀଦ ପ୍ରଭାତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ: ଜଗାବଳିଆ କ୍ରିକେଟ ଟିମ ଚାମ୍ପିଅନ୍

ରାଜକନିକା: ରାଜକନିକା ବ୍ଲକ ଅନନ୍ତପୁରୁ ଗାଁର ମାଆ ମଙ୍ଗଳା ଯୁବକ ସଂଘ ପକ୍ଷରୁ ଆୟୋଜିତ ୨୭ ତମ ସହୀଦ ପ୍ରଭାତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ ଜଗାବଳିଆ କ୍ରିକେଟ ଟିମ, ଜାଗୁଳାଇପଡା ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା । ୨୦ ଓଭରରେ ସମସ୍ତ ଉକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ରଘୁନାଥ କ୍ରିକେଟ ଟିମ, କୋଇଲିପୁରୁ ୧୪ ଓଭର ଖେଳି ସମସ୍ତ ଉକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲା । ଏହି ଫାଇନାଲ ମ୍ୟାଚରେ ଜଗବଳିଆ କ୍ରିକେଟ ଟିମ ବିଜୟୀ ହୋଇଛି। ଏହି ଖେଳରେ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଏସଏନ କଲେଜର ପୂର୍ବତନ ଅଧକ୍ଷ ବୈକୁଣ୍ଠ ନାଥ ପରିଡା, ଜୟନଗର ପଞ୍ଚାୟତର ସରପଞ୍ଚ ପ୍ରଦୀପ୍ତ କୁମାର ଦାସ ଓ ଜୟନଗର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାଧାଶ୍ୟାମ ରାଉତ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ କ୍ୟାସ ପ୍ରାଇଜ ପ୍ରଦାନ କରିଥିଲେ।

ଏହି ଖେଳରେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଜଗାବଳିଆ କ୍ରିକେଟ ଟିମର ବିପ୍ଳବ ବିଶ୍ୱାଳ, ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ଜଗାବଳି କ୍ରିକେଟ ଟିମର ବୁବୁନା ବାରିକ, ବେଷ୍ଟ ବୋଲର ହୋଇଥିଲେ ରଘୁନାଥ କ୍ରିକେଟ ଟିମ କୋଇଲି ପୁରୁର ଖେଳାଳି ଅମିନି ଖାଁଙ୍କୁ ଅତିଥିମାନେ ପୁରସ୍କାର ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଖେଳ ପରିଚାଳନା କରିଥିଲେ ବିକ୍ରମ ନାୟକ ଓ ଦେବେନ୍ଦ୍ର ପ୍ରଧାନ। ଏହି ଖେଳରେ ଜନ୍ମଜୟ ରାଉତ ଓ ରୂପକାନ୍ତ ସୂତାର ଭାଷ୍ୟକାର ଭାବେ ଯୋଗ ଦେଇଥିଲେ। ମାଆ ମଙ୍ଗଳା ଯୁବକ ସଂଘର ସଭାପତି ସମରେନ୍ଦ୍ର ବେହେରା, କୋଷାଧକ୍ଷ ଦେବେନ୍ଦ୍ର ରାଉତ,  ମ୍ୟାନେଜର ଅଞ୍ଚଳ କୁମାର ନାୟକଙ୍କ ସହ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.