ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୭ – ୧୨ – ୨୦୨୧ )

ମେଷ: ଭୟଶୂନ୍ୟ ହୋଇ କାର୍ଯ୍ୟ ତୁଲାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ବିରୋଧୀ ପ୍ରଶମିତ ହେବେ । ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ସୁବର୍ଣ୍ଣ

ବୃଷ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅସହଯୋଗ ଦେଖାଦେବ । ବାଣିଜ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ: ଉଦ୍‌ଯୋଗ କରି ସୁଫଳ ପାଇବେ। ମହିଳାମାନେ ଉତ୍ସାହିତ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୧, ଶୁଭ ରଙ୍ଗ – ଗୋଲାପି

କର୍କଟ: ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ସୁଖ ଓ ସମ୍ମାନ ପ୍ରାପ୍ତି ହେବ । ସାଂସାରିକ ଉଚ୍ଚ ଆଶା ପୂରଣ ହେବ। ଚାକିରିରେ ସହଯୋଗ ପାଇବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ଲାଲ୍ |

ଏଥିସହିତ ପଢ଼ନ୍ତୁ

ସିଂହ: ଆର୍ଥିକ ଅନଟନ ଦେଖାଦେବ । ପରିବାରରେ ଭୁଲ ବୁଝାମଣା ଦେଖାଦେବ । ମହିଳାମାନେ ଚିନ୍ତାରେ ରହିବେ । ପରିବହନ ଓ ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସଫଳ ହୋଇପାରନ୍ତି । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍ ।

କନ୍ୟା: ଦିନଟି ସାରା ଉତ୍ସାହିତ ରହିବେ । ଚାକିରିରେ ପ୍ରଶଂସା ପାଇବେ। ପ୍ରଶାସନ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ |ଶୁଭ ଅଙ୍କ- ୪, ଶୁଭ ରଙ୍ଗ – ମେଟାଲିକ୍ ।

ତୁଳା: କର୍ମକ୍ଷେତ୍ରରେ ବ୍ୟସ୍ତତାଭିତରେ କଟିବ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୫୬, ଶୁଭ ରଙ୍ଗ- ସବୁଜ ।

ବିଛା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ଆମୂର୍ନିଭରଶୀଳ ହେବେ।ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ ।ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

ଧନୁ: ଯେ କୌଣସି ଉପାୟରେ ହେଉନା କାହିଁକି କାର୍ଯ୍ୟ ହାସଲ କରିବେ। ପ୍ରଶସନ ଓ ରାଜନୀତିରେ ସୁନାମ ପାଇବେ । କଳା ,ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ | ଶୁଭ ଅଙ୍କ – ୮, ଶୁଭ ରଙ୍ଗ- ନୀଳା |

ମକର: କାର୍ଯ୍ୟବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ । ମହିଳାମାନେ ଉଦାସ ରହିବେ । ଚାକିରିରେ ଅବହେଳା ରହିବ । ରାଜନୀତିରେ ବିରୋଧୀ ସଂଖ୍ୟା ବୃଦ୍ଧି ହେବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ଗୋଲଡେନ୍ ।

କୁମ୍ଭ: ଅନେକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ଶିକାର ହୋଇପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍।

ମୀନ: ଦିନଟି ସୁଖସନ୍ତୋଷ ଭିତରେ କଟିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ମହିଳାମାନେ ଯଶ କୀର୍ତ୍ତି ପାଇବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

Leave A Reply

Your email address will not be published.