ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୭ – ୦୮ – ୨୦୨୨ )

ମେଷ: ଶିକ୍ଷାର୍ଥୀଙ୍କ ଉନ୍ନତି ପାଇଁ ଭଲ ସୁଯୋଗ ମିଳିପାରେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାର ସହ ଦିନଟି ଭଲରେ କଟିବ।

ବୃଷ: ଆଶା ଅନୁଯାୟୀ ଫଳ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ। ସନ୍ତାନସନ୍ତିତଙ୍କ ପାଇଁ ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି।

ମିଥୁନ : ନିଜ ପ୍ରତିଭାକୁ ପ୍ରମାଣିତ କରି ସମସ୍ତଙ୍କ ପାଖରେ ପ୍ରିୟଭାଜନ ହେବେ। ବିଭିନ୍ନ ଉପାୟରେ ବିଗିଡ଼ି ଯାଇଥିବା କାର୍ଯ୍ୟକୁ ସଜାଡ଼ି ନେବେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।

କର୍କଟ : ଅନୁକୂଳ ପରିସ୍ଥିତିର ସଠିକ୍‌ ଉପଯୋଗ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନୂତନ ନିବେଶ ପାଇଁ ଭଲ ସୁଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ: ଦାୟିତ୍ବଭାର ଅଧିକ ରହିବାରୁ ମାନସିକ ଅବସାଦର ଶୀକାର ହୋଇପାରନ୍ତି। କ୍ୟାରିୟର ପାଇଁ ନୂତନ ପଥ ଉନ୍ମୋଚନ ହେବ। ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରିପାରନ୍ତି।

କନ୍ୟା: ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଦେଖାଦେଇ ପାରେ। ଭିନ୍ନ ଭିନ୍ନ ଲୋକଙ୍କ ମତାମତ ଶୁଣି ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। ବ୍ୟବସାୟୀମାନେ ଆଶାନୁଯାୟୀ ଲାଭ ପାଇବେ ନାହିଁ।

ତୁଳା : ଅନ୍ୟ କଥାରେ ନିଜ ବହୁମୂଲ୍ୟ ସମୟକୁ ନଷ୍ଟ କରନ୍ତୁ ନାହିଁ। ପରିବାର ବର୍ଗଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ବିଛା: ଉନ୍ନତିର ନୂତନ ପଥ ଖୋଜି ପାଇବେ। କିଛି ଶୁଭ ଖବର ପାଇ ଉତ୍ସାହତି ହୋଇପାରନ୍ତି। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଆର୍ଥିକସ୍ଥିତିରେ ଲାଭାନ୍ବିତ ହୋଇପାରନ୍ତି। ନିଜ ବ୍ୟବହାର ପାଇଁ ଅନ୍ୟମାନଙ୍କ ପାଖରେ ଉଦାହରଣ ପାଲଟିବେ।

ମକର: ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ଶତ୍ରୁମାନଙ୍କ କୂଟଚକ୍ରାନ୍ତରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ।

କୁମ୍ଭ: କ୍ୟାରିୟର ସମ୍ବନ୍ଧୀୟ କିଛି ବଡ଼ ସଫଳତା ପାଇପାରନ୍ତି। ପ୍ରିୟଜନଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।

ମୀନ: ଦିନଟିରେ ଜଗିରହି ଚଳନ୍ତୁ। ଅତ୍ୟଧିକ ଚିନ୍ତା କରି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। ସହକର୍ମୀଙ୍କ ସହ ବାଦବିଦାଦ ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

Leave A Reply

Your email address will not be published.