ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ଦୁର୍ଘଟଣା : ଠାକୁର ଦର୍ଶନ ସାରି ଫେରିବା ବେଳେ ଟ୍ରାକ୍ଟର ଓଲଟି ୧୧ ଶିଶୁଙ୍କ ସମେତ ୨୭ ମୃତ

କାନପୁର : ଉତ୍ତରପ୍ରଦେଶର କାନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଶିଶୁ ଓ ୧୧ ମହିଳା ଥିବା ଜଣାପଡିଛି। ଆଜି ସନ୍ଧ୍ୟାରେ ବକେବରରୁ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଡାଲା ସହ ପୋଖରୀରେ ଓଲଟି ପଡ଼ିବାରୁ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ କାନପୁର ନରବର ଥାନା ଅଞ୍ଚଳରୁ ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଟ୍ରାକ୍ଟରଟି ଉନ୍ନାଓରୁ ଆସୁଥିବାବେଳେ ନିୟନ୍ତ୍ରଣ ହରାଇ ପୋଖରୀରେ ଓଲଟି ପଡିଛି। ସମସ୍ତ ଶ୍ରଦ୍ଧାଳୁ ପାଣିରେ ବୁଡି ଯାଇଛନ୍ତି। କିଛି ଲୋକ କୌଣସି ପ୍ରକାରରେ ପୋଖରୀରୁ ବାହାରି ପାରିଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପୁଲିସ୍ ଦୁର୍ଘଟଣାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।


ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଓ ଆହତ ମାନଙ୍କ ପାଇଁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି । ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକମାନଙ୍କ ସହାୟତା କରୁଛି ବୋଲି ସେ ଟୁଇଟ କରି ଲେଖିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖପ୍ରକଟ କରିବା ସହ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯାଇ ସହାୟତା କାର୍ୟ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.