ଶୁକ୍ରବାର ରାଶିଫଳ ( ୨୬-୧୧-୨୦୨୧ )

ମେଷ: ହଠାତ୍ ଦୂରଯାତ୍ରା ହୋଇପାରେ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ସୁଖୀ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧିପାଇବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ବୃଷ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ଆକାଶୀ

ଏଥିସହିତ ପଢ଼ନ୍ତୁ

ମିଥୁନ: ଦିନଟି ବ୍ୟୟ ବହୁଳ ଓ ଅଭାବ ଦେଖାଦେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ | ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

କର୍କଟ: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିପାରେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଯଶ ପାଇବେ। ରାଜନୀତିରେ ସୁନାମ ପାଇବେ ବାଣ୍ଟିବା ଉତ୍ସାହଜନକ ରହିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ସିଂହ : ପରିଶ୍ରମର ଫଳ ପାଇବେ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ପ୍ରଶଂସିତ ହେବେ । ଶିଳ୍ପ ଓ ବାଣିଜ୍ୟରେ ମଧ୍ୟମ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

କନ୍ୟା କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପାଇବେ। ଚାକିରିରେ ସ୍ବାଧୀନତା ରହିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଆୟ ଭଲ ହେବ । ଶିକ୍ଷାର୍ଥୀ ସୁଫଳ ପାଇବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ବିଛା: କର୍ମକ୍ଷେତ୍ରରେ ପରାଧୀନତା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଅସ୍ଥିର ମନା ହେବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍

ଧନୁ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ମହିଳାମାନେ ହତୋତ୍ସାହ ରହିବେ । ଚାକିରିରେ ଅସହଯୋଗ ରହିବ | ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ମକର : ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କୁମ୍ଭ: ଦୁଃ-ସାହସିକ ଭିଭିରେ କାର୍ଯ୍ୟ ତୁଲାଇବେ । ଚାକିରିରେ ଦାୟିତ୍ବବୋଧ ରହିବ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ମୀନ: ଦିନଟି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଗୁରୁଜନଙ୍କୁ ନେଇ ଚିନ୍ତାରେ ରହିବେ। ଚାକିରିରେ କାର୍ଯ୍ୟ ଭାରରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଆଳସ୍ୟ ହେବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ – ହଳଦିଆ

Leave a comment