ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରୁ ୨୬ ଟମାଟୋ ଫ୍ଲୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ -ଫୁଟ- ଆଣ୍ଡ- ମାଉଥ ଡିଜିଜର ୨୬ ରୋଗୀ ଓଡ଼ିଶାରେ ଚିହ୍ନଟ ହୋଇନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।  ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HFMD କହିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି। ୩୬ ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ଜଣ ଓ କଟକରୁ ୨ ଜଣ ଅଛନ୍ତି। ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି। ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି। କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିଲା।

ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଲାର ହାଇଡ୍ରେସନ ମେଣ୍ଟେନ ରଖିବା । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହି ରୋଗ ପୂର୍ବରୁ ଥିଲା। ରୋଗୀକୁ ଆଇସଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ ରୁ୭  ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ଆମେ ସତର୍କ ରହିବା ବୋଲି ରାଜ୍ଯ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.