ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶିଲେ ୨୬ ଟିକିଆ ହାତୀ ପଲ , ଲୋକେ ଆତଙ୍କିତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ କୁ ମଙ୍ଗଳବାର ରାତିରେ ୨୬ ଟିକିଆ ହାତୀ ପଲ ପଶିଥିବାର ଜଣାଯାଇଛି।ଫସଲ ଅମଳ ସମୟରେ ଏତେ ସଂଖ୍ୟକ ହାତୀ ଆସିଥିବାର ଶୁଣି ଚାଷୀ ମାନେ ଭୟଭୀତ ହୋଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପୋଡା ବ୍ଲକ ଦାମାହୁଦା ଦେଇ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତେଲ ନଦୀ ପାରି ହୋଈ ପଡ଼ିଆବେଡା ଫରେଷ୍ଟ ବିଟ ଅନ୍ତର୍ଗତ  ଅନ୍ଧାରୀଖମଣ , ଆମ୍ବବେଡା ବଗବସା ଗ୍ରାମ ଅତିକ୍ରମ କରି ହାତୀପଲ ପିଡ଼ିଆବେଡା ଠାରେ ପହଞ୍ଚି ଛନ୍ତି।ଏ ସମସ୍ତ ଗ୍ରାମ ଦେଇ ରାତିରେ ହାତୀ ପଲ ଆସିବା ସମୟରେ ଅନେକଙ୍କ ଧାନ କିଆରୀରୁ ପାଚିଲା ଧାନ ଖାଇବା ସହ ମାଡ଼ିଦେଇ ନଷ୍ଟ କରିଦେଇଛନ୍ତି।
ଦୀର୍ଘ ଦିନ ପରେ ହାତୀ ପଲ ଆସି ଫସଲ ଅମଳ ସମୟରେ ପହଞ୍ଚି ଥିବାରୁ ଧାନ ଫସଲ କ୍ଷତି ଘଟାଇବାର ସମ୍ଭାବନା ଦେଖାଦେଇଛି। ତେବେ ଦିନ ଦିପହର କଳସିରା ଗ୍ରାମର ଜିତେନ୍ଦ୍ର ମହାନ୍ତ ଙ୍କ ଧାନକାଟି ଗୋଦା ହୋଇଥିବା ଏକ ଟ୍ରାକ୍ଟର ରୁ ଅଧିକ ଧାନ ଖାଇ ନଷ୍ଟ କରିଦେଇଛନ୍ତି। ହାତୀ ପଲ ଧାନ ଫସଲ   ନଷ୍ଟ କରୁଥିବା ଖବର ପାଇ ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ ନେତୃତ୍ୱରେ କର୍ମଚାରୀ ମାନେ ହାତୀ ମାନଙ୍କ ଗତି ବିଧି ଉପରେ ନଜର ରଖିଛନ୍ତି।
Leave A Reply

Your email address will not be published.