ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୫୪ ବର୍ଷ ଧରି ବିସର୍ଜନ ହୋଇନାହାନ୍ତି ମା’ଦୁର୍ଗା

ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଦେଶରେ ବେଶ୍ ଧୁମ୍‌ଧାମରେ ମା’ଙ୍କ ପୂଜାର୍ଚ୍ଚନା କରାଯାଏ । ଅନେକ ସ୍ଥାନରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ୯ ଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ କିଛିସ୍ଥାନରେ ତ୍ରିଦିନାତ୍ମକ ପୂଜା କରାଯାଏ। ଏହାପରେ ଧରାପୃଷ୍ଠରୁ ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇ ବିସର୍ଜନ କରାଯାଏ। କିନ୍ତୁ ଉତ୍ତର ପ୍ରଦେଶର କାଶୀଠାରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରା ନ ଯାଇ ଦୀର୍ଘ ୨୫୪ ବର୍ଷ ଧରି ରଖାଯାଇଛି।

ଏଠାରେ ପ୍ରକାଶ ଥାଉ କି, ୨୫୪ ବର୍ଷ ପୂର୍ବେ କାଶୀ ବଙ୍ଗାଳୀ ଟୋଲା ଅଞ୍ଚଳରେ ନବରାତ୍ରୀର ଷଷ୍ଠ ଦିନରେ ଦୁର୍ଗା ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ପ୍ରତିଷ୍ଠା ପରେ ଜାକଜମକରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଭସାଣୀ ଦିନ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ଉଠାଇଲା ବେଳେ, କେହି ଦେବୀଙ୍କ ମୂର୍ତ୍ତିକୁ ଉଠାଇ ପାରିନଥିଲେ। ଯେଉଁ ବଙ୍ଗୀୟ ପରିବାର ଏଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ, ସେହି ପରିବାରର ପଞ୍ଚମ ପିଢ଼ିର ବ୍ୟକ୍ତି ହେମନ୍ତ କୁହନ୍ତି, ସେହି ରାତିରେ ଦେବୀ ପରିବାର ମୁଖ୍ୟଙ୍କୁ ସ୍ବପ୍ନାଦେଶ ଦେଇ ସେଠାରେ ସବୁଦିନ ରହିବା ପାଇଁ କହିଥିଲେ। ଏହାପରେ ଦେବୀଙ୍କ ପ୍ରତିମା ସେହିଠାରେ ହିଁ ରହିଲା। ପ୍ରତିବର୍ଷ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ଆଡ଼ମ୍ବର ସହକାରେ କରାଯାଏ | କେବଳ ମା’ଙ୍କ ବସ୍ତ୍ର ପରିବର୍ତ୍ତନ କରାଯାଏ | ପ୍ରତି ୮ ରୁ ୧୦ ବର୍ଷ ଅନ୍ତରରେ ମୂର୍ତ୍ତିରେ ରଙ୍ଗ ଦିଆଯାଏ|

Leave A Reply

Your email address will not be published.