ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାରିଆଡେ ମରୁଡିର ପଦଧ୍ୱନୀ, ଆତଙ୍କିତ ଅବସ୍ଥାରେ ଆଳି ବ୍ଲକର ୨୫ ହଜାର ଚାଷୀ

ଆଳି: ଆଳି ବ୍ଲକର ଅଧିବାସିମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥବା ବେଳେ ଗତ ବର୍ଷ ଲଘୁଚାପ ବର୍ଷା ସେମାନଙ୍କ ଭାତ ହାଣ୍ଡିକୁ ଛିନଛତର କରିଥିଲା । ଗତବର୍ଷ ବେଉଷଣ ସରିବାର ଠିକ ପରେ ପରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ମାସେ କାଳ ଧାନ ଗଛ ବୁଡି ରହିବା ଫଳରେ ପଚି ଯାଇଥିଲା । ପନିପରିବା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଆଳି ବ୍ଲକର ୩୪ ଟି ପଞ୍ଚାୟତର ମୋଟ ୨୪ହଜାର ୧୨୮ ହେକ୍ଟର ଚାଷ ଜମିର ପ୍ରାୟ ୮୦ ଭାଗ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ପରିବାରକୁ କିପରି ଦାନା ଦେବ ଓ ହଜାର ହାଜାର ଟଙ୍କା କରଜ କିପରି ସୁଝିବ ସେଥିପାଇଁ ଚାଷୀ ଭିଷଣ ମାନସିକ ଚାପରେ ରହି ଆସିଛି । ଚଳିତ ବର୍ଷ ପାଣିପାଗ ବିଭାଗ ସୁଚନା ଦେଲା ଏ ବର୍ଷ ଭଲ ବର୍ଷା ହେବ ମୌସୁମୀ ଠିକ ସମୟରେ ଆସିବ । ପୁର୍ନବାର ଚାଷୀ ଆଶା ସଞ୍ଚାକ କରି କରଜ ଆଣି ବିହନ କିଣି ତଳି ପକାଇବା ସହ ହଳ କରି ଅନେକ ଜମି ଅଛାରି ଦେଇଥିଲା। ମାତ୍ର ବର୍ଷାର ଘୋର ଅଭାବ ଯୋଗୁ ଚାରି ଆଡେ ଗଜା ମରୁଡିର ପରିସ୍ଥିତି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏପଟେ ପାଣିପାଗ ବିଭାଗ ଦଗା ଦେଲା ମୌସୁମି ବଡ ବର୍ଷା ସମ୍ଭାବନା କମ ସୁଚନା ଚାଷୀର ମୁଣ୍ଡକୁ ବିଗାଡି ଦେଇଛି । ଗତ ବର୍ଷର କ୍ଷତି ଚଳିତ ବର୍ଷର ସ୍ଥିତ ଆଳି ବ୍ଲକର ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ କୃଷିଜିବୀଙ୍କ ମାନସିକ ସ୍ଥିତକୁ ଦୋହଲାଇ ଦେଇଛି ।

Leave A Reply

Your email address will not be published.