ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନ୍ୟାଙ୍କୁ ବାପ ଘର ତରଫରୁ ଭାର: ଭାରରେ ୨୫୦ କେଜି ଚିଙ୍ଗୁଡ଼ି, ୫୦ କୁକୁଡ଼ା ଓ ୧୦ ଛେଳି

ତେଲୁଗୁ ପରମ୍ପରା ଅନୁସାରେ ଆଷାଢ଼ ଏକ ପବିତ୍ର ମାସ। ଏ ମାସ ବିଶେଷକରି ତେଲୁଗୁ ସମ୍ପ୍ରଦାୟର ନବ ବିବାହିତଙ୍କ ଲାଗି ବେଶ୍‌ ଗୁରୁତ୍ବ ବହନ କରିଥାଏ। ପରମ୍ପରା ଅନୁସାରେ, ଉକ୍ତ ମାସରେ ନବବିବାହିତା କନ୍ୟାଙ୍କୁ ତାଙ୍କ ବାପ ଘର ତରଫରୁ ଭାର ଦିଆଯାଇଥାଏ। ଏହି କ୍ରମରେ ଏବେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଝିଅକୁ ଦେଇଥିବା ଭାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳର ଜଣେ ପ୍ରସିଦ୍ଧ ବ୍ୟବସାୟୀ ବତୁଲା ବଳରାମ କ୍ରିଷ୍ଣା ପୁଡୁଚେରି ୟାନମ୍‌ ସହରର ଜଣେ ଲୋକପ୍ରିୟ ବ୍ୟବସାୟୀଙ୍କ ପୁଅ ପୱନ କୁମାରଙ୍କ ସହ ଝିଅ ପ୍ରତ୍ୟୁଷାକୁ କିଛି ଦିନ ପୂର୍ବରୁ ବାହା ଦେଇଥିଲେ । ବିବାହ ପରେ ପୱନ ଓ ପ୍ରତ୍ୟୁଷାଙ୍କର ଏହା ହେଉଛି ପ୍ରଥମ ଆଷାଢ଼ ମାସ। ଝିଅର ପ୍ରଥମ ଆଷାଢ ମାସକୁ ଟିକେ ସ୍ବତନ୍ତ୍ର ଓ ନିଆରା କରିବାକୁ ଯାଇ ବତୁଲା ତା’ ଶାଶୂଘରକୁ ହଜାରେ କେଜି ମାଛ, ହଜାରେ କେଜି ପନିପରିବା, ୨୫୦ କେଜି ଚିଙ୍ଗୁଡ଼ି, ୨୫୦ କେଜି ତେଜରାତି ସାମଗ୍ରୀ, ୨୫୦ ଜାର୍ ଆଚାର, ୨୫୦ କେଜି ମିଠା, ୫୦ଟି କୁକୁଡ଼ା, ୧୦ଟି ଛେଳି ଭାର ଆକାରରେ ପଠାଇଛନ୍ତି। ତେବେ ଏଭଳି ଟ୍ରକ ଭରା ହୋଇ ଏହି ଜିନିଷଗୁଡ଼ିକ ଯେତେବେଳେ ପ୍ରତ୍ୟୁଷାଙ୍କ ଶାଶୂଘରେ ପହଞ୍ଚି ଥିଲା ପୱନଙ୍କ ପରିବାର ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Leave A Reply

Your email address will not be published.