ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୪ – ୧୧ – ୨୦୨୨ )

ମେଷ: ଦୃଢ଼ମନା ରହି ପରିସ୍ଥତିକୁ ସାମ୍ନା କରିବେ। କର୍ମକ୍ଷତ୍ରରେ ସ୍ଥାୟିତ୍ବ ବଜାୟ ରହିବ। ରାଜନୀତିରେ ଶତ୍ରୁକୁ ପରାଜିତ କରିବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ହେବେ।

ବୃଷ: କୌଣସି ବିଷୟକୁ ନେଇ ମାନସିକ ଅଶାନ୍ତିରେ ରହିବେ। ସନ୍ତାନସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଛାତ୍ରଛାତ୍ରୀମାନେ ଭ୍ରମରେ ପଡ଼ିବେ।

ମିଥୁନ: ବହୁ ଚେଷ୍ଟା କରି କାର୍ଯ୍ୟ ତୁଲାଇବେ। ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଉତ୍ସାହିତ ରହିବେ। ପରିବାର ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀମାନେ ଚଳଚଞ୍ଚଳ ରହିବେ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବିଭିନ୍ନ ପ୍ରକାର ଯୋଜନା କରିବେ । ଛାତ୍ରଛାତ୍ରୀମାନଙ୍କ ମନୋବଳ ଦୃଢ଼ ରହିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଏକ ସଙ୍ଗେ ଧନସମ୍ମାନ ପ୍ରାପ୍ତି ହୋଇପାରେ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିବେ।

କନ୍ୟା: ଦିନଟି ହର୍ଷୋଲ୍ଲାସରେ କଟିବ। ରାଜନୀତିରେ ପ୍ରଶଂସା ପାଇବେ। ସହକର୍ମୀଙ୍କ ସହଯୋଗ ମିଳିବ। ମହିଳାମାନଙ୍କୁ ଶୁଭଫଳ ମିଳିବ। ଛାତ୍ରଛାତ୍ରୀମାନେ ପ୍ରସନ୍ନ ରହିବେ।

ତୁଳା: କର୍ମକ୍ଷେତ୍ରରେ ମନ୍ଥରତା ରହିବ। ସାଂସାରିକ ଭୁଲ୍‌ ବୁଝାମଣା ଦେଖା ଦେଇପାରେ । ବିବାଦୀୟ ପରିସ୍ଥିତିଠାରୁ ଦୂରେଇ ରୁହନ୍ତୁ। ବାଣିଜ୍ୟ ମାନ୍ଦା ରହିପାରେ । ଛାତ୍ରଛାତ୍ରୀମାନେ ଅସ୍ଥିର ରହିବେ।

ବିଛା: କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ମହିଳାମାନେ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ଧନୁ: ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭାନ୍ବିତ ହେବେ।

ମକର: ଶୃଙ୍ଖଳିତ ଭାବରେ କାର୍ଯ୍ୟ କରି ସୁଫଳ ପାଇବେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଛାତ୍ରଛାତ୍ରୀମାନେ ଯଶ ଲାଭ କରିବେ । ବାଣିଜ୍ୟ କାରବାରରେ ଦୂରଯାତ୍ରା କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ହାନି ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଅମନଯୋଗୀ ହେବେ।

ମୀନ: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷତ୍ରରେ ପ୍ରଶଂସା ପାଇବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚାଭିଳାଷୀ ହେବେ।

Leave A Reply

Your email address will not be published.