ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୪ – ୦୧ – ୨୦୨୩ )

ମେଷ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି।

ବୃଷ: ନିଜର ପ୍ରଗତି ପାଇଁ ଗମ୍ଭୀରତା ସହ ଚିନ୍ତା କରିବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। କାର୍ଯ୍ୟାଳୟରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସହ ଭଲ ସମୟ କଟାଇବେ।

ମିଥୁନ: ଜଟିଳ ସ୍ଥିତିରୁ ସହଜରେ ବାହାରି ଆସିବେ। କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ। ଅର୍ଥ ଆଗମନର ସୂଚନା ପାଇବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ।

କର୍କଟ: ବ୍ୟସ୍ତ ବିବ୍ରତ ଭିତରେ ଆଗେଇ ଚାଲିବେ। କର୍ମକ୍ଷେତ୍ରରେ ବିଭିନ୍ନ ପକ୍ଷରୁ ସହଯୋଗ ମିଳିବ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

କନ୍ୟା: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ବ୍ୟବସାୟରେ ଉନ୍ନତି ହୋଇପାରେ। ଆର୍ଥିକ ଅନଟନ ଦୂର ହେବ।

ତୁଳା: କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେବେ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ବିଛା: ପରିବାର ସହ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ। କୋର୍ଟ କଚେରୀ ମାମଲାରେ ପଡ଼ିଯାଇ ପାରନ୍ତି।

ମକର: ଯୋଜନା ଅନୁସାରେ କାର୍ଯ୍ୟ କରି ନପାରି ଅବସାଦରେ ରହିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ନିଜ ବୁଦ୍ଧି ବିବେକର ସହ କାର୍ଯ୍ୟ କରି ସଫଳତା ପାଇବେ।

କୁମ୍ଭ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାେର।

ମୀନ: : ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ। ଭାଇଭଣୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

Leave A Reply

Your email address will not be published.