ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୨୪-୦୨-୨୦୨୧ )

ମେଷ:ଦିନଟିରେ ଆୟବ୍ୟୟ ସମାନ ରହିବ। ମହିଳାମାନେ ଆଳସ୍ୟ ହେବେ। ଚାକିରି କାର୍ଯ୍ୟବହୁଳ ରହିବ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ।  ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ:କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ଚାକିରିରେ ଦକ୍ଷ ପ୍ରତିପାଦିତ ହେବେ। ପ୍ରଶାସନିକ ଦାୟିତ୍ୱବୋଧ ରହିବ। ପରିବହନ ଓ ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରିପାରନ୍ତି। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ଧଳା

ମିଥୁନ:ଦିନଟିରେ ଆଶାବାଦୀ ରହିବେ।ଧନସମ୍ମାନ ପ୍ରାପ୍ତି ହେବ। ଚାକିରିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଭଲ ଲାଭ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କର୍କଟ:ଚନ୍ଦ୍ରଙ୍କ ସ୍ବପାରଗମନ ହେତୁ ସ୍ବାଦିଷ୍ଟ ଭୋଜନ ସହ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ହୋଇପାରେ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ଚାକିରିରେ କାର୍ଯ୍ୟବହୁଳ ରହିବ। ପରିବହନ ଓ ବାଣିଜ୍ୟରେ ବ୍ୟୟବହୁଳତା ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:ଦିନଟି ଖୁବ ଭଲରେ କଟିବ। ଉଚ୍ଚ ଆଶା ସଫଳ ହେବ। ପ୍ରଶାସନିକ ସକ୍ରିୟ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଆୟ ଉତ୍ତମ ହେବ।  ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:ଅଟକି ରହିଥିବା କାର୍ଯ୍ୟ ପରିସମାପ୍ତି ହେବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:ଦିନଟିରେ ଭ୍ରମଣ କରିବାର ସୁଯୋଗ ପାଇବେ। ମହିଳାମାନେ ଧର୍ମାଦି କାର୍ଯ୍ୟରେ ରୁଚି ରଖିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଧନୁ:ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ସାଂସାରିକ ହତୋତ୍ସାହ ରହିବେ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମକର:ପ୍ରତି କାର୍ଯ୍ୟରେ ଅଗ୍ରଗତି କରିବେ। ରାଜନୀତିରେ ଲୋକପ୍ରିୟତା ବଢିବ। ମହିଳାମାନେ ପ୍ରସନ୍ନ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସହଯୋଗ ପାଇବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:ବାରମ୍ବାର ଚେଷ୍ଟା କରି ସଫଳ ହେବେ। ଚାକିରିରେ ଅନୁଶାସନ ଭିତରେ ରହିବେ। ମହିଳାମାନେ ଉଦ୍‌ଯୋଗୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ:ଯୋଜନା ମୁତାବକ କାର୍ଯ୍ୟ କରିବେ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭ ଫଳ ମିଳିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.