ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନସୁଗର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ ବେପାର କରୁଥିବା ସମୟରେ ପୁରୁଣା ବଜାର ପୋଲିସ ତାଙ୍କୁ କାବୁ କରିଥିଲା। ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ବାଇକ ସମେତ ନଗଦ ୧୭୦୦ ଟଙ୍କା ଓ ବ୍ରାଉନସୁଗର ଜବତ କରିଛି ପୁରୁଣା ବଜାର ପୋଲିସ । ଆଜି ଏହି ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.