୨ ଘଣ୍ଟାରେ ଚାଲିଗଲା ୨୪ ଜୀବନ

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନ ଅଭାବଜନିତ ସମସ୍ୟାର ଏବେ ମଧ୍ୟ ସମାଧାନ ହୋଇପାରୁନି। ଏହି ସମସ୍ୟାକୁ ନେଇ ଏବେ ମଧ୍ୟ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ମଧ୍ୟରେ ୨୪ କରୋନା ରୋଗୀଙ୍କ ଜୀବନ ଚାଲିଯାଇଛି। ଗତକାଲି ରାତି ୧୨ରୁ ୨ଟା ମଧ୍ୟରେ ଏହି ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସମସ୍ୟା ଦେଖାଯାଇଥିଲା। ଏଠାରେ ୧୪୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଥିଲା ବେଳେ ଅମ୍ଳଜାନ ସପୋର୍ଟରେ ରହିଥିବା କିଛି ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ହୋଇପାରିନଥିଲା ।
ଫଳରେ ରାତି ୧୨ ଟାରୁ ୨ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଅଧିକାରୀ ସ୍ବୀକାର କରିଛନ୍ତି। ତେବେ କେଉଁ କାରଣରୁ ଅମ୍ଳଜାନ ଯୋଗାଣ ହ୍ରାସ ପାଇଲା ସେ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିଲା ବେଳେ ମୁଖ୍ୟମନ୍ତ୍ରୀ ବିଏସ୍ ଦୁରସ୍କା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ଗୃହମନ୍ତ୍ରୀ ବସଭରାଜ ବୋମାନି ମଧ୍ୟ ପୁଲିସ ଡିଜିପିଙ୍କୁ ଘଟଣାର ତଦନ୍ତ ରିପୋର୍ଟ ତଲବ କରିଛନ୍ତି ।
ରାତିରେ ହିଁ ୧୫ଟି ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା। ତଥାପି ସବୁ ପ୍ରକାରର ଚେଷ୍ଟା ସତ୍ତ୍ବେ ଏମିତି ଘଟଣା ଘଟିଲା ଛାମରାଜନଗର ଆମ ଠାରୁ ବହୁ ଦୂରସ୍ଥାନ ନୁହେଁ। ଆମେ ସବୁ ବେଳେ ଏହାକୁ ଆମର ଅଞ୍ଚଳ ବୋଲି ଭାବୁ। ସେମାନଙ୍କ ଦୁଃଖରେ ଆମେ ମଧ୍ୟ ଦୁଃଖ୍ତ ବୋଲି ସେ କହିଛନ୍ତି । I