ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ: ଯୁବକଙ୍କୁ ୨୪ ଲକ୍ଷ ଟଙ୍କାର ଚୂନ ଲଗାଇଲେ ଯୁବତୀ

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ । ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଇଟି ପ୍ରଫେସନାଲ। ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା, ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାଲିଫର୍ଣ୍ଣିଆରେ MBBS କରୁଥିବା ମଧ୍ୟ କହିଥିଲା ଝିଅ ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ବିଦେଶୀ ମୁଦ୍ରା ଆଣି ଫସିଯାଇଥିବା କହି, ଟଙ୍କା ନେଇଥିଲେ । ଠକେଇର ଶିକାର ହୋଇଥିବା ଯୁବକ ଜଟଣୀ ଅଞ୍ଚଳର ବୋଲି ମଧ୍ୟ ଜଣାପଡ଼ିଛି । ବିଭିନ୍ନ କିସ୍ତିରେ ଯୁବକ ଜଣଙ୍କ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.