ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୩ – ୦୫ – ୨୦୨୨ )

ମେଷ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ଭାଇଭଣୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ।

ବୃଷ: ଦେହ ଓ ମନ ଭଲ ରହିବ। ପରିବାର ବର୍ଗଙ୍କ ସହ ଅଧିକ ସମୟ କାଟିବେ। କ୍ୟାରିଅରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କଠିନ ପରିସ୍ଥିତିର ମୁକାବିଲା କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ।

ମିଥୁନ: ଆଶା ଅନୁଯାୟୀ ଫଳ ପାଇବେ। ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ସୁଫଳ ପାଇବେ। ବ୍ୟବସାୟରେ ଲାଭବାନ ହେବେ। ନୂତନ ଜ୍ଞାନ ଆହରଣ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

କର୍କଟ: ମାନସିକ ଅବସାଦରେ ରହିପାରନ୍ତି। କୌଣସି ପ୍ରୟାସ ନକରି ମଧ୍ୟ ଲାଭବାନ ହେବେ। କୌଣସି ନିଷ୍ପତ୍ତି ନେବାପାଇଁ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମନକୁ ନିୟନ୍ତ୍ରଣ କରି ଆଗକୁ ବଢ଼ନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଅନ୍ୟକୁ ସାହଯ୍ୟ କରି ସନ୍ତୋଷ ପାଇବେ। ନିଜ ଇଚ୍ଛା ଅନୁଯାଇ ଫଳ ପାଇବେ ନାହିଁ। ନୂତନ ନିବେଶ କରିବାରୁ ନିବୃତ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇ ପାରେ।

କନ୍ୟା: କୋର୍ଟ କଚେରୀ ମାମଲାେର ପଡ଼ିଯାଇପାରନ୍ତି। କର୍ମକ୍ଷେତ୍ରରେ ଦାୟିତ୍ବର ସହ କାର୍ଯ୍ୟ ତୁଲାଇବେ। ଅନ୍ୟ ଉପରେ ବିଶ୍ବାସ କରି କଷ୍ଟ ପାଇପାରନ୍ତି। ପାରିବାରିକ ସମ୍ପର୍କ ମଧୁର ହେବ।

ତୁଳା: ସୃଜନଶୀଳତାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଗୃହରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁବାନ୍ଧବଙ୍କ ପାଇଁ କାମ ବିଗିଡ଼ି ଯାଇପାରେ।

ବିଛା:ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହଯ୍ୟ କରି ସନ୍ତୋଷ ପାଇବେ।

ଧନୁ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର କରିବା ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣ ଯୋଗ ରହିଛି।

ମକର: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗମାନଙ୍କ ପାଇଁ ଅଡ଼ୁଆରେ ପଡ଼ିଯାଇପାରନ୍ତି । ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି।

କୁମ୍ଭ:ବିଶ୍ବାସର ପାତ୍ର ହେବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ସନ୍ତାନଙ୍କଠାରୁ ଶୁଭ ଖବର ପାଇପାରନ୍ତି। ନୂତନ ଲୋକଙ୍କ ସହ ସାକ୍ଷାତ କରି ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମୀନ: ଅକସ୍ମାତ୍‌ ଭାବେ ଜୀବନରେ କୌଣସି ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

Leave A Reply

Your email address will not be published.