ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୩ – ୦୬ – ୨୦୨୨ )

ମେଷ: ଅଧିକ ଚିନ୍ତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଶୁଣାକଥା ଉପରେ ବିଶ୍ବାସ କରନ୍ତୁ ନାହିଁ। ସମ୍ପର୍କରେ ଦୃଢ଼ତା ଆସିବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।

ବୃଷ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ବ୍ୟବସାୟରେ ଉନ୍ନତି ହୋଇପାରେ। ଆର୍ଥିକ ଅନଟନ ଦୂର ହେବ।

ମିଥୁନ: ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆଗକୁ ବଢ଼ିବେ। ପରିବାରବର୍ଗଙ୍କ ବ୍ୟବହାରରେ ମନଦୁଃଖ ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହିବାରୁ କାମ ବିଗିଡ଼ିଯାଇପାରେ। କ୍ୟାରିୟରରେ ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ: ମାନସିକ ଚିନ୍ତାରେ ରହିବେ। କାର୍ଯ୍ୟାଳୟ କାମରେ ଦୂରଯାତ୍ରା କରିପାରନ୍ତି। ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇପାେର।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପରେ ଖୁସି ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

କନ୍ୟା: ମନୋବଳ ମଜଭୁତ୍‌ ରହିବ। କର୍ମକ୍ଷେତ୍ରରେ ନିଜର ସୃଜନଶୀଳତାର ପରିଚୟ ଦେବେ। ଜୀବନସାଥୀଙ୍କଠାରୁ ସବୁକ୍ଷେତ୍ରରେ ସହଯୋଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।

ତୁଳା: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ। କୋର୍ଟ କଚେରୀ ମାମଲାରେ ପଡ଼ିଯାଇ ପାରନ୍ତି।

ବିଛା: ଉତ୍ସାହର ସହ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସାଙ୍ଗସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି। ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ପାରିବାରିକ ତିକ୍ତତା ଉପୁଜିପାରେ।

ଧନୁ: ଗୁରୁଜନଙ୍କ ପରାମର୍ଶର ମାନ୍ୟତା ରଖନ୍ତୁ। ଅନ୍ୟର ଭାବନାକୁ କଷ୍ଟ ଦେବାରୁ ନିବୃତ୍ତ ରୁହନ୍ତୁ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦରକାରୀ କାର୍ଯ୍ୟ ପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ।

ମକର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂତନ ଯାନବାହନ କିଣିବାର ଯୋଗ ରହିଛି। ମାନସିକ ଦୁଶ୍ଚିନ୍ତାରେ ରହିବେ। ଗୁରୁଜନଙ୍କ ସହ ତୀର୍ଥସ୍ଥଳୀ ଯାଇପାରନ୍ତି।

କୁମ୍ଭ: ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଅଯଥା ବାଦବିବାଦ ପରିବାରରେ ଅଶାନ୍ତି ବୃଦ୍ଧି କରିବ। ନିଜର ସୌନ୍ଦର୍ଯ୍ୟତା ପାଇଁ ପ୍ରଶଂସାର ପାତ୍ର ହେବେ।

ମୀନ: କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେବେ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

Leave A Reply

Your email address will not be published.